ତାରିଣୀ ପୀଠରେ ଚଣ୍ଡୀ ମହାଯଜ୍ଞ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ତାରିଣୀ ମନ୍ଦିରରେ ଦେବୀଙ୍କ ଚୈତ୍ର ବସନ୍ତିକ ଯାତ୍ରା ଉପଲକ୍ଷେ ସପ୍ତମୀ ତିଥିରୁ ଆରମ୍ଭ ହୋଇଥିବା ତ୍ରିଦିନାତ୍ମକ ସ୍ୱତନ୍ତ୍ର ପୂଜାର୍ଚ୍ଚନାର ତୃତୀୟ ଦିବସରେ ନବମୀ ତିଥିରେ ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଯଜ୍ଞରେ ବ୍ରହ୍ମା ଦାୟିତ୍ବ ସନ୍ତୋଷ କୁମାର ରଥ ତୁଲାଇଥିବା ବେଳେ, ଆଚାର୍ଯ୍ୟ ହେଇଥିଲେ ମନୋରଞ୍ଜନ ଦାଶ । ଚଣ୍ଡୀପାଠ ନିରଞ୍ଜନ ଦାଶ, ଶିବ ସହସ୍ର ନାମ ସତ୍ୟ ନାରାୟଣ ମହାପାତ୍ର ଓ ବଷ୍ଣୁ ସହସ୍ର ନାମ ଡ଼. ତପନ ରଥ ସମ୍ପାଦନ କରିଥିଲେ । ବିଶ୍ୱଜିତ ନେଗୀ ଓ ତାଙ୍କ ଧର୍ମପତ୍ନୀ ସ୍ମିତାରଣୀ ନେଗୀ ଯଜ୍ଞର କର୍ତ୍ତା ହେଇଥିଲେ । ମନ୍ଦିରର ପୂଜକ ଉତ୍ତମ ଚନ୍ଦନ ତ୍ରିପାଠୀ ଦେବୀଙ୍କ ନୀତିକାନ୍ତି ସମ୍ପାଦନ କରିଥିଲେ ଓ ଅଭିଷିକ୍ତ ପୂଜକ ପ୍ରଭାକର ତ୍ରିପାଠୀ ଦେବୀଙ୍କ ତ୍ରିଦିନାତ୍ମକ ସ୍ୱତନ୍ତ୍ର ଅର୍ଚନା କରିଥିଲେ । ଦିନ ତମାମ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ସମାଗମ ହୋଇଥିଲା । ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଯଜ୍ଞ କମିଟି ପକ୍ଷରୁ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା । ରଞ୍ଜନ କୁମାର ରଥ, ବିରେନ୍ଦ୍ର ମିଶ୍ର, ଶ୍ରୀସ ରଞ୍ଜନ ତ୍ରିପାଠୀ, ପ୍ରମୋଦ ରଥ ପ୍ରମୁଖ ଯଜ୍ଞରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.