ବିଶ୍ବନାଥପୁର ଠାରେ ଆମ୍ବେଦକର ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ବନାଥପୁର ଠାରେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ଲାଞ୍ଜିଗଡ଼ ବ୍ଲକ ଶାଖା ପକ୍ଷରୁ ବିଶ୍ବରତ୍ନ ବାବା ସାହେବ ଡ. ବି.ଆର୍ ଆମ୍ବେଦକରଙ୍କ ୧୩୨ତମ ଜନ୍ମଜୟନ୍ତୀ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ଲାଞ୍ଜିଗଡ଼ ବ୍ଲକ ଶାଖାର ସଭାପତି ଜଗଦୀଶ ବେନିଆଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଫେଡେରେସନର ଜିଲ୍ଲା ସଂପାଦକ ତଥା ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ତାଣ୍ଡି ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଫେଡେରେସନର ପ୍ରତିଷ୍ଠାତା ସଦସ୍ୟ ସୁଶୀଲ କୁମାର ବାଗ, ଗୋପାଳଦାସ ମହାନନ୍ଦ, ମୂରଲୀ ନାଏକ, ଗୋବିନ୍ଦ ନାଏକ, ମୂରଲୀ ବାତ୍ରା, ପାଇକୁ ବାଗ, ବିକ୍ରମ ଛତ୍ରିଆ, ମଳୟ ବେନୁଆଁ, ପ୍ରଶାନ୍ତ ଗରଡିଆ, ଲବାଙ୍ଗସୁର ବାଗ, ଫଗୁଲାଲ ହରପାଲ ପ୍ରମୁଖଙ୍କ ସମେତ ବ୍ଲକର ୨୬ଗୋଟି ଗ୍ରାମପଞ୍ଚାୟତ ଅଞ୍ଚଳରୁ ବହୁ ସଦସ୍ୟ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ଫେଡେରେସନର ବ୍ଲକ ଶାଖାର ଉପସଭାପତି ହରିହର କୁମାର ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏଇ ଅବସରରେ ଅପ୍ରେଲ ୧୪ ତାରିଖ ଦିନ ବିଶ୍ବରତ୍ନ ବାବାସାହେବ ଡ. ବି.ଆର୍ ଆମ୍ବେଦକରଙ୍କ ୧୩୨ତମ ଜନ୍ମଜୟନ୍ତୀକୁ ମହାସମାରୋହରେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ ବ୍ଲକର ୨୬ଟି ପଞ୍ଚାୟତରୁ ଫେଡେରେସନର ପଞ୍ଚାୟତ ଶାଖାର ସଦସ୍ୟ, ଯୁବକ, ମହିଳା ଓ ଛାତ୍ରଛାତ୍ରୀ ଭାଗ ନେବେ ବୋଲି ଆୟୋଜନ କମିଟି ତଥା ଫେଡେରେସନ ବ୍ଲକ ଶାଖା ତରଫରୁ ସୂଚନା ମିଳିଛି । 

Udyog Nursery
Udyogi Nursery

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗଙ୍ଗାଧର କରୁଆଁ, ଅରୁଣ ଛତ୍ରିଆ, ସୁଶୀଲ ବିଭାର, ଈଶ୍ବର ରମେଶ ତାଣ୍ଡି, ଫଗୁଲାଲ ହରପାଲ, ଦିଗାମ୍ବର ଛତ୍ରିଆ, ଚକ୍ରଧର ସୁନା, ଗଗନ ବିଭାର, ସୁନୀଲ ସୁନା ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ଉପସ୍ଥାପନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.