ଗଙ୍ଗା ଦେବୀଙ୍କ ନବ ଦିନାତ୍ମକ ଯାତ୍ରା ସମ୍ପନ୍ନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁରର ପ୍ରସିଦ୍ଧ ଗଙ୍ଗା ଦେବୀଙ୍କ ନବ ଦିନାତ୍ମକ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି । ପ୍ରତାହ୍ୟ ମାଙ୍କ ନଗର ପରିକ୍ରମା ପରେ ଗୋଟିଏ ଦିନ ବିଶ୍ରାମ ଏବଂ ଶେଷ ଦିନ ସମଗ୍ର ମ.ରାମପୁର ସାରା ରାତି ପରିକ୍ରମା ପରେ ସହରର ମଧ୍ୟ ଭାଗରେ ଥିବା ଗଙ୍ଗା ଦେବୀଙ୍କ ମନ୍ଦିରରେ ଏହି ଯାତ୍ରା ଅନୁଷ୍ଠିତ ହେଇଥିଲା । ରଞ୍ଜନ ନାୟକଙ୍କ ଠାରେ ମା ସବାର ହେବା ପରେ ଭକ୍ତ ମାନଙ୍କ ହାରି ଗୁହାରୀ ଶୁଣିଥିଲେ । କଣ୍ଟା ଦୋଳିରେ ଝୁଲିଥିଲେ ଦେବୀ ।  ମାଙ୍କ ପାଖରେ ବୋଦା, କୁକୁଡ଼ା, ପାରା ଆଦି ବଳି ପଡ଼ିଥିଲା । ସମସ୍ତ କାର୍ଯ୍ୟକ୍ରମକୁ ମ.ରାମପୁର ରାଜ ପରିବାର ସଦସ୍ୟ ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ ଓ ଯଶୋବନ୍ତ ସିଂହ ଦେଓଙ୍କ ସମେତ ଧରଣୀଧର ଧଙ୍ଗଡା ମାଝୀ, ଅନାଦି ଭୋଇ, ଦୂତିଆ ଭୋଇ, ଜୟ ହାତୀ ପ୍ରମୁଖ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.