ଏଥର ବିଶ୍ୱକପ ଯୋଗ୍ୟତା ପାଇଁ ଶ୍ରୀଲଙ୍କା ଖେଳିବ କ୍ୱାଲିଫାଇଂ ଟୁର୍ଣ୍ଣାମେଂଟ

ଓଡ଼ିଆ ବାର୍ତ୍ତା/ କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ ଦଳକୁ ଶକ୍ତ ଧକା ଲାଗିଛି । ୨୦୨୩ ଦିନିକିଆ ବିଶ୍ୱକପରେ ସିଧାସଳଖ ପ୍ରବେଶ କରିବାରେ ଦଳ ବିଫଳ ହୋଇଛି । ୧୯୮୧ରେ ଆଇସିସି ମାନ୍ୟତା ପାଇବା ପରେ ଶ୍ରୀଲଙ୍କା ପ୍ରଥମ ଥର ପାଇଁ ଏ ଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛି । ପୂର୍ବ ବିଶ୍ୱ ଚାମ୍ପିୟନ ଶ୍ରୀଲଙ୍କା ୧୯୭୯ ବିଶ୍ୱକପ ପରେ ଜିମ୍ବାୱେରେ ହେବାକୁ ଥିବା କ୍ୱାଲିଫାଇଂ ଟୁର୍ଣ୍ଣାମେଂଟରେ ଦଳ ଭଲ ପ୍ରଦର୍ଶନ କରି ଯୋଗ୍ୟତା ହାସଲ କରି ପାଇଁ ଉଦ୍ୟମ କରିବ । ନ୍ୟୁଜିଲାଣ୍ଡ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୨-୦ରେ ଜିତିନେବା ଫଳରେ ଶ୍ରୀଲଙ୍କା ହରଡଘଣାରେ ପଡି ଯାଇଥିଲା । ଶ୍ରୀଲଙ୍କା ତୃତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ୧୫୭ ରନ କରିଥିଲା । ପଥୁମ ନିଶାଙ୍କ ସର୍ବାଧିକ ୫୭ ରନ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ ହେନେରୀ, ହେନରୀ ସିପ୍ଲି ଓ ଡ୍ୟାରେଲ ମିଚେଲ ୩ଟି ଲେଖାଁଏ ୱିକେଟ ନେଇଥିଲେ । ଜବାବରେ ନ୍ୟୁଜିଲାଣ୍ଡ ୩୩ ଓଭରରେ ମ୍ୟାଚକୁ ଜିତି ନେଇଥିଲା । ୱିଲ ୟଙ୍ଗ ଅପରାଜିତ ୮୬ ରନ କରି ଦଳରେ ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.