ରାହୁଲ ଗାନ୍ଧିଙ୍କ ପାର୍ଲାମେଣ୍ଟ ସଦସ୍ୟତା ପଦରୁ ସସ୍ପେଣ୍ଡକୁ ନେଇ ନର୍ଲା କଂଗ୍ରେସ କମିଟିର ପ୍ରେସମିଟ୍

• କେନ୍ଦ୍ର ମୋଦି ସରକାରଙ୍କୁ ଦୃଢ ନିନ୍ଦା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାହୁଲଙ୍କ ପାର୍ଲାମେଣ୍ଟ ସଦସ୍ୟତା ପଦରୁ ସସ୍ପେଣ୍ଡ ଓ ସରକାରୀ ବାସଭବନ ଛାଡିବା ପାଇଁ କୋର୍ଟ ନୋଟିସକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ନର୍ଲା କଂଗ୍ରେସରେ ମଧ୍ୟ ଏହାର ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇବା ସହ ନର୍ଲା ବ୍ଲକ କଂଗ୍ରେସ ତରଫରୁ ପ୍ରେସମିଟ ଜରିଆରେ ଏହାର ଦୃଢ ବିରୋଧ ଓ ନିନ୍ଦା କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ନର୍ଲା କଂଗ୍ରେସ କମିଟିର ସଭାପତି ସମୀର ଚାନ୍ଦ, ନର୍ଲା କଂଗ୍ରେସର ବରିଷ୍ଠ ନେତା ପୂର୍ବତନ ସଭାପତି ରଜନୀ କୁମାର, ଉପସଭାପତି ସୁଦାମ ପଧାନ, ଯୁବନେତା ନିତିନ ବାଗ, ନିଶାଣପୁର ର ପୂର୍ବତନ ସରପଞ୍ଚ ବଳରାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

ନର୍ଲା ବ୍ଲକ କଂଗ୍ରେସ କମିଟି ସଭାପତି ଶ୍ରୀ ଚାନ୍ଦ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦକୁ ଅଯୋଗ୍ୟ ଘୋଷଣା କରାଯାଇଥିବା କାରଣକୁ ନେଇ ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ଉପରେ ଯୋର ବର୍ଷିଥିଲେ । ରାହୁଲ ଗାନ୍ଧୀ ସଂସଦରେ ମୋଦୀ ଓ ଆଦାନୀଙ୍କ ସମ୍ପର୍କ, ଏବଂ ୨୦ ହଜାର କୋଟି ଟଙ୍କା କୋଉଠୁ ଆସିଲା ବୋଲି ପଚାରିବା କଣ ରାହୁଲଙ୍କ ଭୁଲ ହେଲାକି? ଦେଶର ପ୍ରଧାନମନ୍ତ୍ରୀ ମୋଦୀ କାହିଁକି ଅସହିଷ୍ଣୁତା ଭାବ ଦେଖାଇଲେ? ସେ କାହିଁକି ରାହୁଲଙ୍କ ମୁହଁ ବନ୍ଦ କରିବା ପାଇଁ ଚେଷ୍ଟା କରୁଛନ୍ତି? ସାରା ଦେଶର ଜନତା ଏହାର ଜବାବ ମାଗୁଛି । ନର୍ଲା କଂଗ୍ରେସ କମିଟି ଏହାର ଜବାବ ମାଗୁଛି । ରାହୁଲଙ୍କୁ ପାର୍ଲାମେଣ୍ଟାରୀ ସଦସ୍ୟତା ପଦରୁ ବରଖାସ୍ତ କରିଥିବା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏତାଦୃଶା କାର୍ଯ୍ୟକୁ ନର୍ଲା କଂଗ୍ରେସ କମିଟି ତୀବ୍ର ନିନ୍ଦା କରୁଛି ବୋଲି କହିଥିଲେ । ସାମ୍ବାଦିକ ସମ୍ମିଳନୀରେ ନର୍ଲ ବ୍ଲକ କଂଗ୍ରେସ କମିଟିର ଉପସଭାପତି ସୁଦାମ ପଧାନ, ପୂର୍ବତନ ସରପଞ୍ଚ ବଳରାମ ମାଝୀ ମଧ୍ୟ ତାଙ୍କର ପ୍ରତିକ୍ରୀୟା ରଖି, କେନ୍ଦ୍ର ମୋଦୀ ସରକାରଙ୍କୁ ଏଥିପାଇଁ ସମାଲୋଚନା କରିବା ସହିତ ଦୃଢ ନିନ୍ଦା କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.