ଆରମ୍ଭ ହେଲା କାମନା ଦଣ୍ଡ ଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଭକ୍ତି ଆଉ ବିଶ୍ୱାସର ପର୍ବ କାମନା ଦଣ୍ଡ ଯାତ୍ରା ଆଜି ଠାରୁ ଆରମ୍ଭ ହେଇଛି । ପ୍ରଥମ ଦିବସରେ ବିଭିନ୍ନ ଦଣ୍ଡ ଦଳ ପୂଜା ସହିତ ପଇତା ଧାରଣ ପୂର୍ବକ ବ୍ରତ ଆରମ୍ଭ କରିଥିଲେ । ମ.ରାମପୁରର ତଳ ସାଗର ପଡା, ବୁରାଟ, ସୀର୍କିହେଜୁ, ପଣ୍ଡକାମାଳ (କଲୋନୀ ପଡା), ଶୁଣ୍ଢୀ ପଡା, ବମକ ଆଦି ଦଣ୍ଡ ପୀଠ ନିଜର ତେର ଦିନାମାତ୍କ ଯାତ୍ରା ଆରମ୍ଭ କରିଥିବା ଜଣାଯାଇଛି । ଏଇ ତେର ଦିନ ମ.ରାମପୁର ଅଞ୍ଚଳ ଚଳ ଚଞ୍ଚଳ ହେଇ ପଡେ । ପ୍ରତିଦିନ ଧୂଳିଆ ଦଣ୍ଡ, ପାଣି ଦଣ୍ଡ, ଅଗ୍ନି ଦଣ୍ଡ ଓ ଦଣ୍ଡ ନାଚ ଦେଖିବାକୁ ପ୍ରବଳ ମାତ୍ରାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.