ଆଜି ଠାରୁ ୫ଦିନ ଯାଏଁ ମା ମଝିଘରିଆଣୀଙ୍କ ସୁନାବେଶ

• ମାଙ୍କ ବାର୍ଷିକ ଚୈତ୍ର ପର୍ବ ଓ ଝାମୁଯାତ୍ରା ଆରମ୍ଭ

• ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ୟାପକ ବନ୍ଦୋବସ୍ତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆଜି ଠାରୁ ସୁନାବେଶରେ ଦର୍ଶନ ଦେବେ ମାଁ ମଝିଘରିଆଣୀ । ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ବାର୍ଷିକ ଚୈତ୍ର ପର୍ବ ଓ ଝାମୁଯାତ୍ରା ଆଜି ଏପ୍ରିଲ ୧ତାରିଖ ଠାରୁ ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ପାଂଚଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହି ଶୁଭ ଅବକାଶରେ ବହୁ ସଂଖ୍ୟାରେ ଭକ୍ତ ଏବଂ ଜନସାଧାରଣ ଯୋଗ ଦେଇ ଧର୍ମାର୍ଜନ ପାଇବା ସହ ମାଁଙ୍କର ଚୈତ୍ର ପର୍ବଟିକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଶ୍ରୀ ଶ୍ରୀ ମଝିଘରିଆଣୀ ମନ୍ଦିର ଟ୍ରଷ୍ଟ ପରିଚାଳନା କମିଟି ନିବେଦନ କରିଛନ୍ତି । ମାଁଙ୍କ ଚୈତ୍ର ପର୍ବ ଓ ଝାମୁଯାତ୍ରା ନିମନ୍ତେ ପାରମ୍ପରିକ ପୂଜା ରୀତିନୀତି ବିଧି ଅନୁଯାୟୀ ମାଁଙ୍କ ଘଟପୂଜା ଓ ଯଜ୍ଞ ପୂଜା ଅନୁଷ୍ଠିତ ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗତକାଲି ମଣ୍ଡଳ ବିନ୍ୟାସ ପରେ ଦୀକ୍ଷା ଗ୍ରହଣ ଏବଂ ସଂଧ୍ୟାରେ ମନ୍ଦିର ନିକଟରେ ପ୍ରବାହିତ ଝଂଜାବତୀ ନଦୀରୁ ଜଳଯାତ୍ରା କରାଯାଇ ଆଙ୍କୁରାରୋପଣ ଆରମ୍ଭ କରାଯାଇଥିଲା । ଏହି ଜଳଯାତ୍ରାରେ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ରାଇସିଂ ବିଡିକା, ସଦସ୍ୟ ଇପିଲି ସନ୍ୟାସୀ ରାଜୁ, ପି.ବାସୁଦେବ ରାଓ, ଭି.ଶ୍ରୀନିବାସ ରାଓ, ପାଲକୋଣ୍ଡା ପ୍ରକାଶ ପ୍ରମୁଖ କର୍ତା ଭାବେ ପୂଜାର୍ଚ୍ଚନା କରିଥିଲେ । ଏଥିସହ ଆଜି କର୍ମାରମ୍ଭ, ସୂର୍ଯ୍ୟପୂଜା, ଶାଳାପୂଜା, ମୁଖ୍ୟ ଦେବତା ପୂଜା, ଚଣ୍ଡିପାଠ, ଆଳତି, ପୁଷ୍ପାଂଜଳି ସହ କୁଣ୍ଡ ଓ ଅଗ୍ନି ସଂସ୍କାର ହୋମ ଏବଂ ସଂଧ୍ୟାରେ ମାଁଙ୍କ ପାଦ ଉଠାଣୀ ଏବଂ ଘଟ ସ୍ଥାପନ କାର୍ଯ୍ୟକ୍ରମ ରହିଛି । ସେହିପରି ୨ତାରିଖ ଠାରୁ ୪ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ଦିନ ଉପରୋକ୍ତ ପୂଜାଗୁଡିକ ପୂଜା ରୀତିନୀତି ଅନୁୁଯାୟୀ କରାଯିବ ଏବଂ ସଂଧ୍ୟାରେ ମାଁଙ୍କ ଘଟ ନଗର ପରିକ୍ରମା କରାଯିବ । ବିଶ୍ୱଶାନ୍ତି ନିମନ୍ତେ ହୋମଯଞ ଅନୁଷ୍ଠିତ ହେବ । ଶେଷଦିନ ଏପ୍ରିଲ ୫ତାରିଖରେ ଝାମୁ ଅଗ୍ନି ପୂଜା ପରେ ପୂଜକ କଂଟା ଦୋଳିରେ ଝୁଲଣ ଏବଂ ଅଗ୍ନିରେ ଚାଲିବା କାର୍ଯ୍ୟକ୍ରମ ପରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଶେଷ ହେବା ସହ ଚରୁ ବିତରଣ କରାଯିବ ବୋଲି ପଣ୍ଡିତ ନୀଳମାଧବ ତ୍ରିପାଠୀ ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery

ସେହିପରି ଚୈତ୍ର ପର୍ବରେ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିରରେ ପାନୀୟ ଜଳର ସୁବ୍ୟବସ୍ଥା, ମାଁ ଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ସହ ଶ୍ରଦ୍ଧାଳୁଙ୍କ ରହଣୀ ନିମନ୍ତେ ଅସ୍ଥାୟୀ ଶିବିରର ଆୟୋଜନ ଏବଂ ଅନ୍ନପ୍ରସାଦ ବଂଟନ ବ୍ୟବସ୍ଥା କରାଯାଇଥିବା ଏବଂ ଶାନ୍ତିଶୃଙ୍ଖଳା ନିମନ୍ତେ ପୋଲିସ ମୁତୟନ ହୋଇଥିବା ନେଇ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ରାଇସିଂ ବିଡିକା ପ୍ରକାଶ କରିବା ସହ ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ ବସ ବ୍ୟବସ୍ଥା ମଧ୍ୟ କରାଯାଇଥିବା କହିଛନ୍ତି । ଚୈତ୍ର ପର୍ବ ପାଳନ ଅବସରରେ ମା ମଝିଘରିଆଣୀ ମନ୍ଦିରକୁ ସୁନ୍ଦର ଆଲୋକମାଳା ଏବଂ ଫୁଲମାଳରେ ସୁସଜ୍ଜିତ କରାଯାଇଛି । ମନ୍ଦିର ପରିଚାଳନା କମିଟିର ଅନ୍ୟ ସଦସ୍ୟ ରାଧାକୃଷ୍ଣ ଦଳେଇଙ୍କ ସମେତ ଅନ୍ୟମାନେ ଏବଂ ମନ୍ଦିର ସୁପେରିଟେଣ୍ଡେଣ୍ଟ ଓ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.