ରେଙ୍ଗାଲପାଲି ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ପ୍ରାଥମିକ ଶିକ୍ଷକ ସଂଘର ସାଙ୍ଗଠନିକ ବୈଠକ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା ( ଧନେଶ୍ଵର ପୁଞ୍ଜି) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ପ୍ରାଥମିକ ଶିକ୍ଷକ ସଂଘର ଏକ ସାଙ୍ଗଠନିକ ବୈଠକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୁରେନ୍ଦ୍ର ମୋହନ ଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ଧିରେନ ପଟ୍ଟନାୟକ, ଉପସଭାପତି ବିରେନ ବାଗ, କୋଷାଧ୍ୟକ୍ଷ ଶିବ ଦାସ, ସଦର ବ୍ଲକ ସମ୍ପାଦକ ପ୍ରଦ୍ୟୁମ୍ନ ହୋତା, ଥୁଆମୁଲ ରାମପୁର ବ୍ଳକର ସଭାପତି ଅଜିତ ନାୟକ, ପ୍ରମୁଖଙ୍କ ଉପସ୍ଥିତିରେ ଜୟପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର କର୍ମକର୍ତ୍ତା ନିର୍ଦ୍ବନ୍ଦରେ ଚୟନ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜୟପାଟଣା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଭାବରେ ବିଜୟ କୁମାର ଯୋଶୀ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବରେ ଲଲିତ କୁମାର ନାଏକ, ଉପସଭାପତି ଭାବରେ ସଞୟ କୁମାର ପଣ୍ଡା, ଉପସଭାନେତ୍ରୀ ଭାବରେ ରଶ୍ମୀତା ବେହେରା, ଯୁଗ୍ମ ସମ୍ପାଦକ ଭାବରେ ନବ କିଶୋର ନାଏକ, ଜଗଦିଶ ପାନ, ଅଭିଷେକ ପଣ୍ଡା, ସଂଯୋଜକ ଭାବେ ଗୋଳକ ବିହାରୀ ସିଂ, କୋଷାଧ୍ୟକ୍ଷ ଭାବେ ରମାକାନ୍ତ ମାଝୀ, ମିଡିଆ ସଂଯୋଜକ ଭାବେ ଦେବେନ୍ଦ୍ର ରାଉତ ସର୍ବ ସମ୍ମତି କ୍ରମେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ କରାଯାଇଥିଲା।

Udyog Nursery
Udyogi Nursery

ତାପରେ ଏକ ସମ୍ବର୍ଦ୍ଧନା ସଭା ସଞ୍ଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷକ ସଂଘ ସଭାପତି ସୁରେନ୍ଦ୍ର ମୋହନ ଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଧିରେନ ପଟ୍ଟନାୟକ, ଭୁବନେଶ୍ୱର ପଟ୍ଟନାୟକ, ଗଣେଶ ବେହେରା, ମୁଖ୍ୟ ବକ୍ତା ଭାବରେ ଶେଷଦେବ ବେହେରା, ସ୍ଵତନ୍ତ୍ର ଅତିଥି ଭାବରେ ଦେବେନ୍ଦ୍ର ପଟ୍ଟନାୟକ, ସୁରେନ୍ଦ୍ର ପଣ୍ଡା,ଦୁଲ୍ଳଭ ପୂଝାରୀ, ଅଜିତ ସାହୁ, ଜିଲ୍ଲା ସଂଯୋଜକ ପଦ୍ମଲୋଚନ ବି,ଆର୍ ସି,ସି ଟିକେ ଚନ୍ଦ୍ର ମାଝୀ ମଞ୍ଚାସୀନ ଥିଲେ।

ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧରମା ପ୍ରଧାନ, ସହ ଶିକ୍ଷା ଅଧିକାରୀ ନିର୍ମଳ ପୂର୍ଣ୍ଣ ଚନ୍ଦ୍ର ନାୟକ ପୂର୍ବତନ ପ୍ରଧାନ ଶିକ୍ଷକ ଗୁମାପଡାର କୈଳାସ ଚନ୍ଦ୍ର ନାଏକଙ୍କୁ ଭବ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପୂର୍ବରୁ ପଦୋନ୍ନତି ପାଇ ଅନ୍ୟ ବ୍ଲକକୁ ସହ ଶିକ୍ଷା ଅଧିକାରୀ ଭାବରେ କୋକସରାରେ ନିଯୁକ୍ତି ପାଇଥିବା ଦାୟାନୀଧି ପାଢ଼ୀ ଶୁଶାନ୍ତ ଖମାରୀ କଲମପୁର, ଶିକ୍ଷା ଅଧିକାରୀ ଏବଂ ଜୟପାଟଣାରେ ଶିକ୍ଷା ଅଧିକାରୀ ଭାବରେ ନିଯୁକ୍ତି ପାଇଥିବା ସୁରେନ୍ଦ୍ର ମୋହନ ଯୋଶୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅନନ୍ତ ନାରାୟଣ ପଣ୍ଡା, ମଞ୍ଚ ପରିଚାଳନା କରିଥିବା ବେଳେ ସିଦ୍ଧାର୍ଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରତ୍ୟେକ କାର୍ଯ୍ୟକ୍ରମ ଲଲିତ କୁମାର ନାଏକ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ତ୍ରିନାଥ ନାଏକ କ୍ଷମା ସାଗର ରାଉତ, ଅଶୋକ ମୁଣ୍ଡ, ତାପସ ପଣ୍ଡା, ଅରୁଣ ପଟ୍ଟନାୟକ, ମାନସ ପଣ୍ଡା, ଶ୍ରୀକାନ୍ତ ଦଳପତି, ପର୍ଶୁରାମ ବାଣୁଆ, ତ୍ରିଲୋଚନ ସାହୁ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.