ଫନି ତୁମ ଫଣିମୟ ଫଣାରେ
ଆତଙ୍କର କଳାଛାଇ
ତୁମ ସୁସୁକାରରେ ଅଣଚାଷ ଉର୍ଧ ପବନ
ତୁମ ଆଗମନ ପୂର୍ବରୁ
ଭୟ ସନ୍ତ୍ରସ୍ତ ମନ କାତରିତ -ଜର୍ଜ୍ବରିତ ।
ତୁମେ ଆଉ ଲେଖନାହିଁ ପୁନରାୟ
ମହାବିନଷ୍ଟ ଇତିହାସର ଲିପିଲେଖ
ସଜାଅନି ଧ୍ବଂସଲୀଳା, ଉଜାଅଡାଅନି
ସବୁଜିମା କ୍ଷେତର ଫସଳ ।
ପାରୁଚତ ଅପସରି ଯାଅ
କେଉଁ ଦୂର ଅଦ୍ରିଚୁଡା ପରେ
ମେଘଖଣ୍ଡ ରୂପ ନେଇ ବୋହିଯାଅ
ନଭରୁ ପୃଥିବୀ ।
ଏ ସାମଗ୍ରିକ ପ୍ରାର୍ଥନାରେ
ରହୁ ତୁମ କ୍ଷମାଶିଳ କୀର୍ତ୍ତି
ତିଳେ ହେଁ ନରହୁ ତୁମ ଦାରୁଣ ଅପଯଶ
ଦୂଃଖପ୍ରଦ ବିଧ୍ୟଂସ ବାତ୍ୟାର ।
ସୁମନ୍ତ କୁମାର ଶତପଥୀ
ନଳକଣ, କୋଣାର୍କ, ପୁରୀ
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇