ଖଲ୍ଲିକୋଟ ପ୍ରେସ କ୍ଲବ ପକ୍ଷରୁ ଆଲୋଚନାଚକ୍ର; ରାଜସ୍ବ ଉପଖଣ୍ଡ ଓ ଦ୍ରୁତଗାମୀ ଟ୍ରେନ ରହଣି ଦାବିରେ ସର୍ବଦଳୀୟ ବୈଠକ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟକୁ ରାଜସ୍ବ ଉପଖଣ୍ଡରେ ପରିଣତ କରିବା ଓ ଖଲ୍ଲିକୋଟ ରେଳ ଷ୍ଟେସନ ଠାରେ ସମସ୍ତ ଦ୍ରୁତଗାମୀ ଟ୍ରେନ ରହଣି ଦାବି ନେଇ ଖଲ୍ଲିକୋଟ ପ୍ରେସ କ୍ଲବ ତରଫରୁ ଆୟୋଜିତ ଏକ ଆଲୋଚନାଚକ୍ରରେ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀର ସମସ୍ତ ରାଜନୈତିକ ଦଳର ନେତା ଓ ବିଭିନ୍ନ ସଂଘର କର୍ମକର୍ତାମାନେ ଯୋଗଦେଇ ଅଂଶ ଗ୍ରହଣ କରି ଆଗାମୀ ଦିନରେ ଆନ୍ଦୋଳନ ଗଢି ତୋଳିବା ପାଇଁ ମତ ପ୍ରକାଶ କରିଥିଲେ l ସ୍ଥାନୀୟ ଶିକ୍ଷକ ଭବନ ଠାରେ ବରିଷ୍ଠ ନାଗରିକ ମଂଚର ସଭାପତି ଡାକ୍ତର ହରପ୍ରସାଦ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଆଲୋଚନା ଚକ୍ରରେ ବିଜେପି ଘୁମୁସର ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ପଣ୍ଡା, ବିଜେଡି ନଗର ସଭାପତି ନରେନ୍ଦ୍ର ପାତ୍ର କଂଗ୍ରେସ ବ୍ଲକ ସଭାପତି ମେଘନାଦ ଦଳାଇ ବରିଷ୍ଠ କଂଗ୍ରେସ ନେତା ବିଜୟ କୁମାର ସାହୁ କହେଁଇପୁର ସରପଞ୍ଚ ପ୍ରକାଶ ଚନ୍ଦ୍ର ସାସମଲ, କମ୍ୟୁନିଷ୍ଟ ନେତା ରଘୁନାଥ ଗୌଡ଼, ଖଲ୍ଲିକୋଟ ଓକିଲ ସଂଘ ସମ୍ପାଦକ ଜୟରାମ ଦାଶ, ଜିଲ୍ଲା ପରିଷଦ ସଭ୍ୟ ବିନାୟକ ଜାଲୀ, କେଶପୁର ସରପଂଚ ବିଚିତ୍ର ଜାଲୀ,  ସମାଜସେବୀ ପଦ୍ମ ଚରଣ ସାହୁ, ଶିକ୍ଷାବିତ ପୂର୍ଣଚନ୍ଦ୍ର ରଥ, ୩ ନମ୍ବର କାଉନ୍ସିଲ୍ର ସୁଜାତା ସାମନ୍ତ ଓ ପ୍ରାକ୍ତନ କାଉନ୍ସିଲ୍ର ବିପିନ ବିହାରୀ ସାମନ୍ତ, ବିକ୍ରମପୁର ସରପଂଚ ପ୍ରସନ୍ନ କୁମାର ଆଚାର୍ଯ୍ୟ, ଆଇନଜୀବୀ ଅରୁଣ କୁମାର ସିଂ ଓ ଖଲ୍ଲିକୋଟ ଏନଏସିର ପ୍ରାୟ ୧୦ ଜଣ ଏସଏଚଜି ମହିଳା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ଖଲ୍ଲିକୋଟକୁ ରାଜସ୍ବ ଉପଖଣ୍ଡ ଓ ସମସ୍ତ ଦ୍ରୁତଗାମୀ ଟ୍ରେନ ରହଣି ପାଇଁ ସାରା ଆସିକା ସଂସଦୀୟ କ୍ଷେତ୍ରରେ ଆନ୍ଦୋଳନକୁ ବ୍ୟାପକ କରିବା ସହ ଗୋଟିଏ ୨୧ ଜଣିଆ କମିଟି ଗଠନ କରିବା ପାଇଁ ନିଷ୍ପତି ନେବା ସହ ଆଗାମୀ ଦିନରେ ସମସ୍ତ ସରପଂଚ ଓ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ମାନଙ୍କ ସହ ବ୍ଲକ ସମସ୍ତ ସଂଘରେ ଦୁଇଜଣ ଲେଖାଁଏ ସଦସ୍ୟ ମାନଙ୍କୁ ନେଇ ଏକ ୫୧ ଜଣିଆ କମିଟି ଗଠନ କରି ବିଭାଗୀୟ କର୍ମକର୍ତା ମାନଙ୍କ ସହ ଯୋଗାଯୋଗ କରିବା ପାଇଁ ନିଷ୍ପତି କରାଯାଇ ଆଗାମୀ ୮ ଦିନ ମଧ୍ୟରେ ବୈଠକ କରିବା ପାଇଁ ଆଲୋଚନା ହୋଇଥିଲା l ପ୍ରେସ କ୍ଲବର ସଭାପତି ଅଶୋକ କୁମାର ତ୍ରିପାଠୀ ଓ ଉପସଭାପତି ଅଶ୍ୱିନ କୁମାର ମହାନ୍ତି ଆଜିର ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଉପଦେଷ୍ଟା ସାମ୍ବାଦିକ ମାଧବ ବେହେରା ଆଲୋଚନାଚକ୍ରର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସିଲୁ ବିଶ୍ୱାଳ, ପ୍ରଶାନ୍ତ କୁମାର ମିଶ୍ର, ବିଭୁତି ଭୂଷଣ ତ୍ରିପାଠୀ, ସୁଶୀଲ କୁମାର ଲେଙ୍କା ଓ ପ୍ରିୟ ରଞ୍ଜନ ପଣ୍ଡା ପ୍ରମୁଖ ସାମ୍ୱାଦିକମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.