ପଞ୍ଜାବକୁ ହରାଇ ଚଳିତ ଆଇପିଏଲରେ ହାଇଦ୍ରାବାଦ ବିଜୟ ଅଭିଯାନ ଆରମ୍ଭ କଲା

ଓଡ଼ିଆ ବାର୍ତ୍ତା/ ହାଇଦ୍ରାବାଦ: ଶେଷରେ ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ ଜିତି ବିଜୟ ଅଭିଯାନ ଆରମ୍ଭ କରିଛି। ଲଗାତର ଦୁଇଟି ମ୍ୟାଚ୍ ହାରିବା ପରେ ରବିବାର ପ୍ରଥମ ବିଜୟ ହାସଲ କରିଛି। ଶିଖର ଧାୱନଙ୍କ ଏକ ସ୍ମରଣୀୟ ଇନିଂସ ପଞ୍ଜାବ କିଙ୍ଗସକୁ ଜିତାଇବାରେ ବିଫଳ ହୋଇଛି। ​​କି ହାଇଦ୍ରାବାଦର ମୟଙ୍କ ମାର୍କଣ୍ଡେ ଏବଂ ରାହୁଲ ତ୍ରିପାଠୀ ହାଇଦ୍ରାବାଦକୁ ୮ ୱିକେଟ ବିଜୟ ଦେଇଛନ୍ତି। ପ୍ରଥମ ଦୁଇଟି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ପରାଜୟ ବରଣ କରିଥିଲା। ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ କରୁନଥିବା ବେଳେ ବୋଲର ମଧ୍ୟ ନିଜର ଲୟ ହରାଇ ବସିଥିଲେ। ତେବେ ରବିବାର ଦିନ ହାଇଦ୍ରାବାଦ ଉଭୟ ଫ୍ରଣ୍ଟରେ ପ୍ରତ୍ୟାବର୍ତ୍ତନ କରିଥିଲା। ଯୁବ ସ୍ପିନର ମୟଙ୍କ ମାର୍କଣ୍ଡେୟ ହାଇଦ୍ରାବାଦ ପାଇଁ ଡେବ୍ୟୁ ମ୍ୟାଚରେ ୪ଟି ୱିକେଟ୍ ନେଇ ସମସ୍ତଙ୍କ ନଜରକୁ ଆସିଛନ୍ତି। ଏହା ପରେ ରାହୁଲ ତ୍ରିପାଠୀ ଶେଷ ଯାଏ କ୍ରିଜରେ ରହି ଦଳକୁ ବିଜୟ ଦେଇଛନ୍ତି। ହାଇଦ୍ରାବାଦ ସାମ୍ନାରେ ପଞ୍ଜାବ ୧୪୪ ରନର ଟାର୍ଗେଟ ଦେଇଥିଲା। ଯାହାକି ବହୁତ ବଡ ନଥିଲା କିନ୍ତୁ ପୂର୍ବ ମ୍ୟାଚରେ ଦଳର ବ୍ୟାଟିଂ ଏବଂ ଏହି ମ୍ୟାଚର ଓପନିଂ ଯୋଡି ଦେଖିଲେ ହାରିବାର ସମ୍ଭାବନାକୁ ଏଡାଇ ଦେଇ ହେଉନଥିଲା। ହାଇଦ୍ରାବାଦର ହ୍ୟାରି ବ୍ରୁକ୍ ୧୩ ରନ୍ କରିଥିଲେ । ମୟଙ୍କ ଅଗ୍ରୱାଲ ୨୧ କରିଥିଲେ କିନ୍ତୁ ନବମ ଓଭରରେ ଦଳ ୪୫ ରନ୍ କରି ଉଭୟ ୱିକେଟ୍ ହରାଇଥିଲା। ଏହାପରେ ମ୍ୟାଚକୁ ଫେରିବାକୁ ପଞ୍ଜାବ ଉଦ୍ୟମ କରିଥିଲା। କିନ୍ତୁ ହାଇଦ୍ରାବାଦର ରାହୁଲ ଏବଂ କ୍ୟାପ୍ଟେନ ମାର୍କ୍ରାମ କ୍ରିଜରେ ଛିଡା ହୋଇ ପଞ୍ଜାବ କିଙ୍ଗସ ବୋଲରଙ୍କୁ ସାମ୍ନା କରିଥିଲେ। ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷରେ ପ୍ରଭାବହୀନ ଥିବା ତ୍ରିପାଠୀ  ଏହି ମ୍ୟାଚରେ ୭୪ ରନ୍ କରି ଅପରାଜିତ ଥିଲେ। ସେହିପରି ଅଧିନାୟକ ମାର୍କ୍ରାମ ୩୭  କରି ଅପରାଜିତ ଥିଲେ। ରାହୁଲ ୩୫ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଉଭୟ ଏକ ଶତକୀୟ ଇନିଂସ ଖେଳିବାରୁ ୧୮ ଓଭରର ପ୍ରଥମ ବଲରେ ହାଇଦ୍ରାବାଦ ଜିତିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.