ଭାଇରଲ ହେଉଛି ବାଘର ଏକ ପୁରୁଣା ଭିଡିଓ: ଆତଙ୍କିତ ନହେବାକୁ ଜନସାଧାରଣଙ୍କୁ ଅନୁରୋଧ କଲା ବନବିଭାଗ 

ଓଡ଼ିଆ ବାର୍ତ୍ତା/ ନୂଆପଡା (ମହେନ୍ଦ୍ର ବାଗ): ଗତ କାଲି ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ୪ ରୁ ୫ ବାଘ ରାସ୍ତା ଅତିକ୍ରମ କରୁ ଥିବା ଏକ ଭିଡିଓ ଭାଇରଲ ହେବାରେ ଲାଗିଛି । ଏହାକୁ ନେଇ ନୂଆପଡା ଜିଲ୍ଲାବାସୀ ଆତଙ୍କିତ ଅଛନ୍ତି । ଯେହେତୁ ମାସେ ହେବ ନୂଆପଡା ଜିଲ୍ଲାର ବିଭିନ୍ନ ଅଂଚଳରେ ବାଘ ଗୃହ ପାଳିତ ପଶୁ ଏବଂ ଜଣେ ବୃଦ୍ଧାଙ୍କୁ ମାରି ଖାଇ ସାରିଲାଣି, ତେଣୁ ଲୋକେ ବାଘର ଏହି ପୁରୁଣା ଭିଡିଓ ଦେଖି ଆତଙ୍କିତ ହେଉଛନ୍ତି । ତେବେ ଏହି ଭିଡିଓଟି ନୂଆପଡା ଘାଟିପଡାର ନୁହେଁ ବରଂ ଏହା ରାଜ୍ୟ ବାହାର ଭିଡିଓ ଅଟେ । ଲୋକେ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଦେଖି ଆତଙ୍କିତ ନ ହୁଅନ୍ତୁ ବୋଲି ନୂଆପଡା ବନ ବିଭାଗ ତରଫରୁ ଲୋକଙ୍କୁ ଅନୁରୋଧ କରାଯାଇଛି । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.