ମଝି ଆକାଶରେ କ୍ରୁ ମେମ୍ବରଙ୍କ ସହ ଝଗଡା : ଯାତ୍ରୀଙ୍କୁ ଓହ୍ଲାଇବା ପାଇଁ ଅଧାବାଟରୁ ଫେରିଲା ବିମାନ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଫ୍ଲାଇଟ ଭିତରେ ଯାତ୍ରୀଙ୍କ ହଙ୍ଗାମା । ପରିସ୍ଥିତି ଏମିତି ହେଲା ଯେ, ଯାତ୍ରୀଙ୍କୁ ଓହ୍ଳାଇବା ପାଇଁ ବାଧ୍ୟ ହୋଇଥିଲେ ପାଇଲଟ । ଶେଷରେ ଏୟାର ଇଣ୍ଡିଆର ଏହି ବିମାନ ପୁଣି ଦିଲ୍ଲୀ ଫେରିଲା ଏବଂ ଯାତ୍ରୀଙ୍କୁ ଓହ୍ଲାଇବା ପରେ ପୁଣି ଥରେ ଉଡାଣ ଭରିଥିଲା । ଏୟାର ଇଣ୍ଡିଆର ଏଆଇ ୧୧୧ ନମ୍ବରର ଏହି ବିମାନଟି ଦିଲ୍ଲୀରୁ ଲଣ୍ଡନ ଅଭିମୁଖେ ଯାଉଥିଲା । ଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଟରନାଶନାଲ ଏୟାରପୋର୍ଟରୁ ଉଡାଣ ଭରିଥିଲା । ଜଣେ ବ୍ୟକ୍ତି ଉଡାଣ ଭରିବାର କିଛି ସମୟ ପରେ ଉତ୍ପାତ କରିବା ଆରମ୍ଭ କରିଦେଲେ । ଏପରିକି କ୍ରୁ ମେମ୍ବର୍ସଙ୍କ ସହ ଝଗଡା କରିଥିଲେ । ପରିସ୍ଥିତି ଏତେ ଗମ୍ଭୀର ହୋଇଥିଲା ଯେ ବିମାନଟି ପୁଣି ଫେରି ଆସିବାକୁ ବାଧ୍ୟ ହୋଇଥିଲା ।  ଉକ୍ତ ବ୍ୟକ୍ତିଙ୍କୁ ଓହ୍ଲାଇବା ପାଇଁ ବିମାନଟିକୁ ଦିଲ୍ଲୀ ଫେରିବାକୁ ପଡିଥିଲା । ବିମାନଟିରେ ପ୍ରାୟ ୨୨୫ ଯାତ୍ରୀ ଥିଲେ । ଯାତ୍ରୀମାନେ ଉକ୍ତ ବ୍ୟକ୍ତିଙ୍କ ଅଭଦ୍ରାମିରେ ବି ଅତିଷ୍ଠ ହୋଇପଡିଥିଲେ । ମଝି ଆକାଶରେ ଏମିତି ସ୍ଥିତି ହୋଇଥିଲା ବିମାନଟି ଫେରିବାକୁ ବାଧ୍ୟ ହୋଇଥିଲା ।  ଯାହା ବି ହେଉ, ବିମାନଟି ଇନ୍ଦିରାଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଫେରିବା ପରେ ଉକ୍ତ ବ୍ୟକ୍ତିଙ୍କୁ ଓହ୍ଲାଇବା ପରେ ବିମାନଟି ପୁଣି ଲଣ୍ଡନର ହିଥ୍ରୋ ଏୟାରପୋର୍ଟ ଅଭିମୁଖେ ଉଡାଣ ଭରିଥିଲା । ଏ ନେଇ ଦିଲ୍ଲୀ ଏୟାରପୋର୍ଟ ତାନାରେ ଏକ ମାମଲା ରୁଜୁ ହୋଇଛି । ସଂପୃକ୍ତ ବ୍ୟକ୍ତିଙ୍କୁ ଦିଲ୍ଲୀ ଏୟାରପୋର୍ଟ ଥାନରେ ରଖା ଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.