୩୨ ବର୍ଷରେ ୧୦୦ ବିବାହ, କାହାକୁ ଦେଇ ନାହାନ୍ତି ଛାଡ଼ପତ୍ର; ଗିନିଜ ଓ୍ବାର୍ଲ୍ଡ ରେକର୍ଡରେ ଚଢ଼ିଲା ନାମ

ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ତାଙ୍କ ଜୀବନରେ ମୋଟ ୧୦୦ ଜଣଙ୍କୁ ବିବାହ କରିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ସେ ବର୍ତ୍ତମାନ ସୁଦ୍ଧା କାହାକୁ ଛାଡ଼ପତ୍ର ଦେଇନାହାନ୍ତି । ଏନେଇ ସେ ଗିନିଜ ୱାଲ୍‌ର୍ଡ଼ ରେକର୍ଡ଼ରେ ସ୍ଥାନ ପାଇଛନ୍ତି । ସେ ସମୁଦାୟ ୧୪ ଟି ଦେଶର ଜ୍ୱାଇଁ ହୋଇଛନ୍ତି । ଏହି ବ୍ୟକ୍ତିଙ୍କ ନାମ ଜିଓଭାନି ଭିଗ୍‌ଲିଓଟୋ । ସେ ତାଙ୍କ ଜୀବନରେ ମୋଟ ୩୨ ବର୍ଷ ମଧ୍ୟରେ ୧୦୦ ଟି ବିବାହ କରିଛନ୍ତି । ୧୯୪୯ ମସିହାରେ ସେ ପ୍ରଥମ ବିବାହ କରିଥିବା ବେଳେ ୧୯୮୧ ମସିହାରେ ଥିଲା ତାଙ୍କର ଶେଷ ବିବାହ । ୧୯୨୯ ମସିହାରେ ଇଟାଲୀର ସିସିଲି ସହରରେ ଜନ୍ମଗ୍ରହଣ କରିଥିଲେ ଜିଓଭାନି । ତାଙ୍କର ପ୍ରକୃତ ନାମ ହେଉଛି ନିକୋଲାଇ ପେରୁସ୍କୋଭ । ଜିଓଭାନି ପ୍ରଥମେ ମହିଳାମାନଙ୍କୁ ପ୍ରସ୍ତାବ ଦିଅନ୍ତି । ପରେ ନିୟମ ଅନୁସାରେ ବିବାହ କରନ୍ତି । କିଛି ମହିଳା ବିବାହ କରିବା ପରେ ତାଙ୍କଠାରୁ ପଇସା ଓ ସମ୍ପତ୍ତି ପାଇବା ପରେ ପଳାଇ ଯାଇଛନ୍ତି । ଆମେରିକାର ୨୭ ଟି ରାଜ୍ୟରେ ତାଙ୍କର ପତ୍ନୀ ରହୁଥିବାବେଳେ ୧୪ ଟି ଦେଶରେ ବିବାହ କରି ଜ୍ୱାଇଁ ପାଲଟିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.