ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ମାମଲାରେ ସୁପ୍ରିମ କୋର୍ଟ କ୍ଷୁବ୍ଧ

ସତ୍ୟପାଠ ଦାଖଲ କରିବାକୁ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): ସୁପ୍ରିମ କୋର୍ଟର ନିର୍ଦ୍ଦେଶ ଅନୁସାରେ ପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସାଧାରଣ ସରକାରୀ ବିଦ୍ୟାଳୟରେ ଜଣେ ଜଣେ ସ୍ଵତନ୍ତ୍ର ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କୌଣସି ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କଲେ ନାହିଁ। ଯାହା ଫଳରେ ନିରାଶ ହୋଇଛନ୍ତି ଏହି ଶିକ୍ଷକ। ଓଡିଶାର ପ୍ରାୟ ୬୦୦୦ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇବା ଦୌଡ଼ରେ ଅଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ୨୦୨୨ ଜୁଲାଇ ୨୧ ତାରିଖରେ ଏହି ମାମଲାରେ ଶୁଣାଣି କରି ପ୍ରାଥମିକ ବିଦ୍ୟାଳୟରେ ୧୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପାଇଁ ଜଣେ ସ୍ବତନ୍ତ୍ର ଶିକ୍ଷକ ଏବଂ ଉଚ୍ଚ ପ୍ରାଥମିକ, ମାଧ୍ୟମିକ ବିଦ୍ୟାଳୟରେ ୧୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପାଇଁ ଜଣେ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ଯଦି ଗୋଟିଏ ବିଦ୍ୟାଳୟରେ ଜଣେ ବି ଭିନ୍ନକ୍ଷମ ପିଲା ଅଛନ୍ତି ସେଠି ଜଣେ ସ୍ଵତନ୍ତ୍ର ଶିକ୍ଷକ ରହିବା ବାଧ୍ୟତାମୂଳକ ବୋଲି କହିଛନ୍ତି। ଏହି ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିକୁ ନେଇ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ମଧ୍ୟ ନିଃଶୁଳ୍କ ଓ ବାଧ୍ୟତାମୂଳକ ଶିଶୁ ଶିକ୍ଷା ଅଧିକାର ଅଧିନିୟମ ୨୦୦୯ (ଅର୍ଟିଇ ଆକ୍ଟ ୨୦୦୯) ଆଇନରେ କିଛି ସଂଶୋଧନ କରିଥିଲେ। ମାତ୍ର ରାଜ୍ୟ ସରକାର ନିଯୁକ୍ତି ପ୍ରକ୍ରିୟାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। ଫଳରେ ଗତ ଅଗଷ୍ଟରେ ଏନେଇ ଏକ ଅଦାଲତ ଅବମାନନା ପିଟିସନ ଦାଏର କରାଯାଇଥିଲା। ଜଷ୍ଟିସ ଦିନେଶ ମହେଶ୍ୱରୀ ଓ ଜଷ୍ଟିସ ରାଜେଶ କୁମାରଙ୍କ ଖଣ୍ଡପୀଠ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସବୁ ରାଜ୍ୟ ବିଶେଷ ଆବଶ୍ୟକତା ରଖିଥିବା ପିଲାମାନଙ୍କର ସଂଖ୍ୟା, ପଞ୍ଜୀକୃତ ସ୍ବତନ୍ତ୍ର ଶିକ୍ଷକଙ୍କ ସଂଖ୍ୟା, ଖାଲି ପଡ଼ିଥିବା ପଦବୀ ସଂଖ୍ୟା, ଚୁକ୍ତିଭିତ୍ତିକ ଶିକ୍ଷକ ଏବଂ ପ୍ରକୃତରେ କାର୍ଯ୍ୟ କରୁଥିବା ଅସ୍ଥାୟୀ ଶିକ୍ଷକ, ସ୍ବତନ୍ତ୍ର ଶିକ୍ଷକଙ୍କ ସଂଖ୍ୟା, ନିର୍ଦ୍ଧାରିତ ସମୟ ସୀମା ଅନୁଯାୟୀ ପଦବୀ ପୂରଣ କରିବା ପ୍ରସ୍ତାବକୁ ଦୁଇ ସପ୍ତାହ ଭିତରେ ପ୍ରସ୍ତୁତ କରି ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ପାଳନ କରାଗଲେ ଓଡିଶାର ପ୍ରାୟ ୬୦୦୦ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇପାରିବେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.