ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ ଟୁଇଟରର ମାଲିକ ହେବା ପରେ ଏଲନ ମସ୍କ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ଟୁଇଟରକୁ ହାତକୁ ନେବା ପରେ ଏବେ ସେ ଏକାଧିକ ପରିବରର୍ତ୍ତନ ଆଣି ସାରିଲେଣି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟର ପେଜରେ ଫଲୋ କରି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଏଲନ ମସ୍କ । ଖାଲି ଚର୍ଚ୍ଚାକୁ ଆସିନାହାନ୍ତି, ସମସ୍ତଙ୍କୁ ଚକିତ ବି କରି ଦେଇଛନ୍ତି । ଏଲନ ମସ୍କଙ୍କ ଟୁଇଟର ଆକାଉଣ୍ଟର ଆଲର୍ଟ ଦେଉଥିବା ଆକାଉଣ୍ଟ @elon_alerts ଏ ନେଇ ଟୁଇଟ କରି ୟୁଜର୍ସଙ୍କୁ ସୂଚନା ଦେଇଛି । ତେବେ ଏଲନ ମସ୍କ ମୋଦିଙ୍କୁ ଫଲୋ କରିବା ପରେ ଟୁଇଟରରେ କମେଣ୍ଟସ ଏବଂ ଟୁଇଟର ଯେମିତି ବନ୍ୟା ଆସିଛି । ଅନେକ ମଜାଦାର କମେଣ୍ଟ ବି ଆସିଛି । କେତେକ ୟୁଜର୍ସ ଥଟ୍ଟାରେ ଏଲନ ମସ୍କଙ୍କୁ ପଚାରିଛନ୍ତି କ’ଣ ଟେସଲାକୁ ଭାରତ ଆଣିବାର ଯୋଜନା ଅଛି କି ? ଏଲନ ମସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କରିବା ପରେ ପରେ ଟୁଇଟର ୟୁଜର୍ସ ଭାବି ନେଇଥିଲେ ଯେ ଖୁବ ଶୀଘ୍ର ମସ୍କ ଭାରତରେ ତାଙ୍କର ବ୍ୟବସାୟ ବଢାଇକୁ ଚିନ୍ତା କରୁଛନ୍ତି । ଏମିତିବି ଚର୍ଚ୍ଚା ହେଉଛି ଯେ ମସ୍କ ଭାରତରେ ତାଙ୍କର ଫ୍ୟାକ୍ଟ୍ରି ଖୋଲିବେ । ଏକଥା ସତ ଯେ, ଟୁଇଟରରେ ମୋଦିଙ୍କର ଲୋକପ୍ରିୟତା ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିଛି । ମୋଦି ହେଉଛନ୍ତି ସବୁଠାରୁ ଅଧିକ ଫଲୋୟର୍ସ ଥିବା ନେତା । ଟୁଇଟରେ ତାଙ୍କ ୮୭.୭ ମିଲିୟନ ଫଲୋୟର୍ସ ଅଛନ୍ତି । ଏବେ ଏଥିରେ ଏଲନ ମସ୍କ ବି ସାମିଲ ହେଲେ । ଅନ୍ୟପକ୍ଷେ ଟୁଇଟର ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେଶନ (ବିବିସି)କୁ ସରକାରଙ୍କ ପୋଷା ମିଡିଆ ବୋଲି କହିଛନ୍ତି । ଟୁଇଟରର ଏପରି ବୟାନ ଉପରେ ବ୍ରିଟିଶ ପ୍ରସାରଣକର୍ତ୍ତା ସୋମବାର ପ୍ରତିକ୍ରିୟା ରଖି କହିଛନ୍ତି ବିବିସି ସ୍ୱତନ୍ତ୍ର ସଂସ୍ଥା ଅଟେ ଏବଂ ସବୁବେଳେ ସ୍ୱତନ୍ତ୍ର ରହିବ ।