ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଶ୍ରୀ ରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚାଲିଥିବା ପ୍ରସିଦ୍ଧ ଶ୍ରୀ ରାମ ଲୀଳା ମହୋତ୍ସବର ଚତୁର୍ଥ ରଜନୀରେ କିସ୍କିନ୍ଦ୍ୟା ଓ ସୁନ୍ଦରା କାଣ୍ଡ ମଞ୍ଚସ୍ଥ ହେଇଥିବା ବେଳେ ଶେଷ ଯାଏଁ ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିଲା । ମଞ୍ଚ ଉଦ୍ଘାଟନରେ ବ୍ଲକ୍ ଏଇଇ ବଲ୍ ବିନ୍ଦର୍ ସିଂହ ଯାଦବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ପାଦକ ବିରେନ୍ଦ୍ର ରଥ ଅଧ୍ୟକ୍ଷତା କରିଥିଲେ । ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ୍ ର କଳାକାର ପର୍ଶୁ ରାମ ପୁଟେଲଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା । ଅଧ୍ୟାପିକା ଲିପ୍ସାମୟୀ ଦୁବେ ମାନ ପତ୍ର ପଠନ କରିଥିଲେ । ସମ୍ବର୍ଦ୍ଧନା ପର୍ବରେ ସାଂସ୍କୃତିକ ସମ୍ପାଦକ ଜୟନ୍ତ କୁମାର ନାୟକ ଓ ବରିଷ୍ଠ ସଦସ୍ୟ ପବନ ମହାଳିକ ଉପସ୍ଥିତ ଥିଲେ ।
ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ଙ୍କ ରଚିତ ଓ ନିର୍ଦ୍ଦେଶିତ ସମ୍ପୂର୍ଣ୍ଣ ରାମ ଲୀଳା ନାଟକର କିଷ୍କିନ୍ଦ୍ୟା ଓ ସୁନ୍ଦରା କାଣ୍ଡ ମଞ୍ଚସ୍ଥ ହେଇଥିଲା । ଏଥିରେ ହନୁମାନ:- ଅଜିତ ସିଂହ, ରାମ:- ଜଗ ମୋହନ ସାହୁ, ଲକ୍ଷ୍ମଣ:- ମନୋଜ କୁମାର ବେହେରା, ସୁଗ୍ରୀବ: ଗୋପବନ୍ଧୁ କର, ବାଳି:- ମୃତ୍ୟୁଞ୍ଜୟ ଘିଭେଲା, ତାରା:- ମଣ୍ଟୁ ବାରିକ, ଅଙ୍ଗଦ: ଗୌତମ ବିଶି, ବଗ:/ ଅକ୍ଷୟ କୁମାର, ଜାମ୍ବାଵ- କାହ୍ନା ପୁରୋହିତ, ଲଙ୍କେଶ୍ଵରୀ: ସନ୍ତୋଷ ବାରିକ, ସୀତା:- ମାନସ ସାହୁ, ମନ୍ଦୋଦରୀ:- କେଶବ ଦଣ୍ଡିଆ, କାଳ ଘଣ୍ଟ: ବସନ୍ତ ନାୟକ, ରାବଣ:- ସାଇ ପ୍ରସାଦ ମହାରଣା(ବଡ଼),ଇନ୍ଦ୍ରଜିତ:- ଦେବେନ୍ଦ୍ର ମହାନ୍ତି, ବିଭୀଷଣ:- ପ୍ରଦୀପ ସିଂହ (ବଡ଼ ବାବୁ), ପବନ ଦେବତା:- ଅମରେଶ ଶତପଥୀ, ପ୍ରହସ୍ତ୍:- ସୁର ସେନ ମହାରଣା, ବିହସ୍ତ:- ମହେନ୍ଦ୍ର ଭଏଁସାଲ, ଗନ୍ଧ ମାର୍ଦ୍ଧନ:- ଡମ୍ବରୁ ଧର ଭୋଇ, ଦୂତ:- ଉପେନ୍ଦ୍ର ମହାଖୁଡ ପ୍ରମୁଖ ଚମତ୍କାର ଅଭିନୟ କରିଥିଲେ । ସଙ୍ଗୀତ ନିର୍ଦ୍ଦେଶନା ମହେଶ୍ୱର ସାହୁ (ଭୁବନେଶ୍ୱର) ଓ ସନ୍ତୋଷ କୁମାର ଦୁବେ, ଲିପ୍ସା ମହାରଣା, ଧୀରେନ୍ଦ୍ର ମହାନ୍ତି, ସ୍ମୃତି ରେଖା ପାଢ଼ୀ କଣ୍ଠ ଦାନ କରିଥିଲେ ।
ବାଦ୍ୟ ଯନ୍ତ୍ରରେ ଭାରତ ରାଉତ, ଯୁଧିଷ୍ଠିର ବେହେରା , ସୁରେନ୍ଦ୍ର ପାଣିଗ୍ରାହୀ, ସୁନୀଲ ବିଭାର, ପ୍ରଶାନ୍ତ ସାହୁ ଦାୟିତ୍ଵ ନିର୍ବାହ କରିଥିଲେ । ରୂପ ସଜ୍ଜା ଦୀନ ବନ୍ଧୁ ମହାରଣା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟ ରେ ସହଯୋଗୀ:- ବଳଭଦ୍ର ଦଣ୍ଡ ସେନା, କଳ୍ପ ତରୁ ନାୟକ, ରାସ ବିହାରୀ ଧଙ୍ଗଡା ମାଝୀ, ପ୍ରସନ୍ନ ଗହୀର, ଧୀରେନ୍ଦ୍ର ନାୟକ, ବିଶେଶ୍ୱର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ଆଜି ମଙ୍ଗଳବାର ଶେଷ ରଜନୀରେ ଲଙ୍କା କାଣ୍ଡ ମଞ୍ଚସ୍ଥ ହେବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି ।