ଖରିଆର ରୋଡ଼ରେ ଚାଲିଥିଲା ଅନଲାଇନ IPL ବ୍ୟାଟିଂ କାରବାର:  ଛତିଶଗଡ଼ର ୫ ଯୁବକଙ୍କୁ ବାନ୍ଧିଲା ପୋଲିସ

ଓଡ଼ିଆ ବାର୍ତ୍ତା/ ନୂଆପଡା (ମହେନ୍ଦ୍ର ବାଗ): ଖରିଆର ରୋଡ ଏନଏସି ସ୍ଥିତ ରାମ ମନ୍ଦିର ପଛ ପଟ ଏକ ଭଡା ଘରେ  ଛତିଶଗଡ଼ର କିଛି ଯୁବକ ଆଇ.ପି.ଏଲ ମ୍ୟାଚରେ ବ୍ୟାଟିଂ କାରବାର କରୁଥିଲେ | ତେବେ ଗତ କାଲି ମଧ୍ୟ ରାତ୍ରରେ ଜୋଙ୍କ ପୋଲିସ ଏସଆଇ ଅରବିନ୍ଦ ମେହେର ଖବର ପାଇ ସାଥି ପୋଲିସଙ୍କ ସହିତ ଆଇ.ପି.ଏଲ ବ୍ୟାଟିଂ ଚାଲିଥିବା ଘରେ ଚଢ଼ାଉ କରି ଛତିଶଗଡ଼ର ରାଇପୁର, ବେମାତର ଓ ରାଜନାନ୍ଦଗାଁଓର ୫ ଯୁବକଙ୍କୁ ଗିରଫ କରିଛି | ଉକ୍ତ ଅଭିଯୁକ୍ତଙ୍କ ଠାରୁ ୨୧ଟି ମୋବାଇଲ ଫୋନ, ୪ଟି ଲେପଟପ୍, ବିଭିନ୍ନ ବ୍ୟାଙ୍କର ୧୫ଟି ଏଟିଏମ କାର୍ଡ, ୧୦ଟି ଚେକ ବୁକ, ୫ଟି ପାସବୁକ, ଗୋଟିଏ ହାତ ଲେଖ ନୋଟ ବୁକ, ଗୋଟିଏ ଡ୍ରାଇଭିଙ୍ଗ ଲାଇସେନ୍ସ, ଗୋଟିଏ ଆଧାର କାର୍ଡ ଓ ଦୁଇଟି ବେଗ ଜବତ କରାଯାଇଛି । ଜୋଙ୍କ ପୋଲିସ ଥାନାରେ ନୂଆପଡା ଆରକ୍ଷୀ ଅଧିକାରୀ ଜି.ଆଇ. ରାଘବେନ୍ଦ୍ର ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି | ଏହି ପ୍ରେସମିଟରେ ଜୋଙ୍କ ପୋଲିସ ଥାନା ଆଇ.ଆଇ.ସି କୈଳାସ ଚନ୍ଦ୍ର ସେଠୀ, ଏସ.ଆଇ ଅରବିନ୍ଦ ମେହେର, ଏସ.ଆଇ ଜ୍ୟୋତ୍ସାରାଣୀ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.