ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟରେ ଯୋଗ ଓ ଗୀତା ପ୍ରଶିକ୍ଷଣ ଶିବିର ‘ପ୍ରଜ୍ଞାଧାରା-୨୦୨୩’ ଉଦଯାପିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟଠାରେ ତ୍ରୀଦିବସିୟ ଗୀତ ଓ ଯୋଗ ପ୍ରଶିକ୍ଷଣ ଶିବିର ପ୍ରଜ୍ଞାଧାର-୨୦୨୩ ଆୟୋଜିତ ହୋଇଯାଇଛି। ଜ୍ଞାନଧାରା ମିଶନର ବ୍ରହ୍ମଚାରିଣୀ ମା ଓ ଗିରିଜା ମା ପ୍ରଶିକ୍ଷିକା ଭାବେ ଯୋଗଦେଇଥିଲେ।   ସୋମବାର ଦିନ ଉଦଘାଟନୀ ଉତ୍ସବରେ ଡାକ୍ତର ହେମାଙ୍ଗିନି ମେହେର ମୁଖ୍ୟଅତିଥି ତଥା ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ସରୋଜକାନ୍ତ ପଣ୍ଡା ଯୋଗଦେଇଥିଲେ।

ଆଜି ବୁଧବାର ଉଦଜାପାନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ ସବିତା ପଟ୍ଟନାୟକ ଓ ମୁଖ୍ୟବକ୍ତା ଭାବେ ଡାକ୍ତର ସୁରଙ୍ଗିନୀ ମିଶ୍ର ଯୋଗ ଦେଇଥିଲେ। ଉଭୟ ଅଧିବେଶନରେ ମହାବିଦ୍ୟାଳୟର ପରିଚାଳନା କମିଟି ଅଧ୍ୟକ୍ଷା ନମିତା ସାହୁ ସଭାପତିତ୍ୱ କରିଥିଲେ। ଅଧ୍ୟାପିକା ନମିତା ସାହୁ, ବନ୍ଦନା ଚଲାନ ଓ ମମତା ବାଗ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.