ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (କେଜିବିଭି) ଲାକ୍ରିସର ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ରାୟଗଡା/ କାଶିପୁର (ଶିବ ନାରାୟଣ ଗୈାଡ/ ଆଲାରାମ ଭାତ୍ରା): ରାୟଗଡା ଜିଲ୍ଳା କାଶିପୁର ବ୍ଳକର ଲାକ୍ରିସ ଠାରେ ସ୍ଥିତ କସ୍ତୁରବା ଗାନ୍ଧୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏଥିରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି,ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି,ବ୍ଳକ ଅଧ୍ୟକ୍ଷ କଣ୍ଠ ମାଝି,ବିଡିଓ ଶ୍ରୀମତି ମନିଶା ଦାସ,ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରେଙ୍ଗୁ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନବ କୁମାରୀ ନାୟକ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଂଜିତ ମାଝିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ସ୍କୁଲ ଜୀବନରେ କଠିନ ପରିଶ୍ରମ କରି ଭବିଷ୍ୟତରେ ଏକ ଭଲ ମଣିଷ ହୋଇ ସମାଜର ପରିବର୍ତନ ଦିଗରେ ସହାୟକ ହେବା ପାଇଁ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଅଭିଭାଷଣ ରଖିଥିଲେ । ସେହିପରି ବିଦ୍ୟାଳୟର ପରିସରରେ ସମଗ୍ର ଶିକ୍ଷା ବିଭାଗ ପାଣ୍ଠି ଅନୁଦାନ ରାଶି ୮୭ଲକ୍ଷ ୬୭ହଜାର ଟଙ୍କା ବ୍ୟୟ ଅଟକଳରେ ନବମ ଓ ଦଶମ ଶ୍ରେଣୀର ଅନ୍ତେବାସୀ ଛାତ୍ରୀମାନଙ୍କ ନିମନ୍ତେ ନିର୍ମାଣ ହୋଇଥିବା ଛାତ୍ରୀ ନିବାସକୁ ମନ୍ତ୍ରୀ ଶ୍ରୀ ସାରକା ଉଦଘାଟନ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.