ଆନ୍ତର୍ଜାତୀୟ ଶକ୍ତି ଉଠାଣ ଚାମ୍ପିଆନସିପରେ ରୈାପ୍ୟ ପଦକ ବିଜେତା ରବି ନାରାୟଣଙ୍କୁ ସମ୍ବର୍ଦ୍ଧିତ କଲା ଜେକେ କାଗଜ କଳ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଗତ ମାର୍ଚ୍ଚ ମାସ ୧୦ତାରିଖରେ ନେପାଳର କାଠମାଣ୍ଡୁ ସ୍ଥିତ ଦଶରଥ ଷ୍ଟାଡିୟମରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଶକ୍ତି ଉଠାଣ ଚାମ୍ପିଆନସିପ୍ ୨୦୨୩ରେ ରୈାପ୍ୟ ପଦକ ଜିତି ଭାରତ ଦେଶ ସମେତ ରାଜ୍ୟ ଓଡିଶା ଓ ରାୟଗଡା ଜିଲ୍ଳାକୁ ଗୈାରବାନ୍ୱିତ କରିଥିବା ଶକ୍ତି ଉତୋଳନକାରୀ ରବି ନାରାୟଣ ନାୟକଙ୍କୁ ଆଜି ଜିଲ୍ଳାର ଜେକେପୁର ସ୍ଥିତ ଜେକେ କାଗଜ କଳ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଜେକେ କାଗଜ କଳର କାର୍ଯ୍ୟନିର୍ବାହୀ ଉପସଭାପତି (କାର୍ମିକ) ବିନୟ ଦ୍ୱିବେଦୀ ରବି ନାରାୟଣଙ୍କୁ ତାଙ୍କର ମହାନ ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ଶୁଭେଚ୍ଛା ଜଣାଇଛନ୍ତି । ଏସିଆ ମହାଦେଶର ୧୩ଟି ଦେଶ ମଧ୍ୟରୁ ଏହି ଚମ୍ପିଆନ୍‌ସିପ୍ ପ୍ରତିଯୋଗିତାରେ ୩୫୦ଜଣ ଶକ୍ତି ଉତୋଳନକାରୀ ଅଂଶଗ୍ରହଣ କରିଥିଲେ । ଏଥିରେ ରାୟଗଡା ଜିଲ୍ଳାର ରବି ନାରାୟଣ ନାୟକ ମଧ୍ୟ ଅଂଶଗ୍ରହଣ କରି ପ୍ରତିଯୋଗିତାରେ ରୈାପ୍ୟ ପଦକ ଜିତିବାରେ ସଫଳ ହୋଇଥିଲେ । ତାଙ୍କର ଏହି ସଫଳତା ପାଇଁ ଜିଲ୍ଳାର ବିଭିନ୍ନ କ୍ରୀଡା ପ୍ରେମୀ ବ୍ୟକ୍ତିତ୍ୱ ଏବଂ ସଂଗଠନ ତାଙ୍କୁ ସମର୍ଥନ ସହ ଶୁଭେଚ୍ଛା ଜଣାଇଥିବା ବେଳେ ଜେକେ କାଗଜ କଳ ପକ୍ଷରୁ ମଧ୍ୟ ଶ୍ରୀ ନାୟକଙ୍କୁ ଶୁଭେଚ୍ଛା ଜଣାଯାଇଛି । ଶ୍ରୀ ନାୟକଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିବା ସହ ଆଗାମୀ ଭବିଷ୍ୟରେ ଆହୁରି ଅନେକ ପଦକ ଜିତି ଦେଶକୁ ତଥା ଜିଲ୍ଳାର ନାମକୁ ଗୈାରବାନ୍ୱିତ କରିବା ପାଇଁ ଶ୍ରୀ ଦ୍ୱିବେଦୀ କହିଛନ୍ତି । ଏହି ସମ୍ବର୍ଦ୍ଧନା ପ୍ରଦାନ ବେଳେ ବରିଷ୍ଠ ପ୍ରବନ୍ଧକ ଶ୍ରୀମତି ସ୍ମୃତିରେଖା କର ଉପସ୍ଥିତ ରହିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.