ଲାଞ୍ଜିଗଡ଼ରୋଡ଼ ବୀର ହନୁମାନ ମନ୍ଦିର ପ୍ରତିଷ୍ଠା ପାଇଁ ଭବ୍ୟ କଳସ ଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ରୋଡ଼ ଠାରେ ବୀର ହନୁମାନଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ନରେ ସ୍ଥାନୀୟ ସାନ୍ଦୁଲ ନଦୀ ଘାଟରୁ ପ୍ରାୟ ୩୦୦ରୁ ଉର୍ଦ୍ଧ ମହିଳା କଳସରେ ଜଳ ଧାରଣ କରି ଏକ ଭବ୍ୟ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରି ମନ୍ଦିର ପ୍ରତିଷ୍ଠା ସ୍ଥାନକୁ ପହଞ୍ଚି ଥିଲେ। ଆସନ୍ତା କାଲି (ଗୁରୁବାର) ମନ୍ଦିର ପରିକ୍ରମା ଓ ରତ୍ନମୁଦ ସ୍ଥାପନ ହେବାକୁ ଥିବା ବେଳେ ଏଥିରେ ନରସିଂହ ମହାପାତ୍ର ଓ ତାଙ୍କର ପତ୍ନୀ ସୈଦାମୀନି ମହାପାତ୍ର କର୍ତ୍ତା ଦାୟିତ୍ୱ ତୁଲାଉଛନ୍ତି। ଏହି ଧାର୍ମିକ କାର୍ଯ୍ୟକୁ ଆୟୋଜକ ଓ ପରିଚାଳନା ବୀର ହନୁମାନ ମନ୍ଦିର ପରିଚାଳନା କମିଟି ତଥା ଅଞ୍ଚଳର ସମସ୍ତ ଜନସାଧାରଣ ସହାୟତା କରୁଥିବା ଦେଖିବାକୁ ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.