ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସାଧାରଣ ବୈଠକ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ କୁଇକେଡ଼ା ପଞ୍ଚାୟତ ସ୍ଥିତ କମରଲଗା ଠାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଟିଟିଲାଗଡ଼ କେନ୍ଦୁପତ୍ର ଡିଭିଜନ ତରଫରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଟିଟିଲାଗଡ଼ ଡିଭିଜନ ସମ୍ପାଦକ ରାଜ କୁମାର ବିଶିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ରାଜ୍ୟ କେନ୍ଦୁପତ୍ର ସଂଘର ଉପଦେଷ୍ଟା ସଞ୍ଜିତ ମହାନ୍ତି, ରାଜ୍ୟ କେନ୍ଦୁପତ୍ର ସମ୍ପାଦକ ଶିବ ନନ୍ଦ ପରିଚ୍ଛା, ସଂଘର ସଦସ୍ୟ ଶିବ ପ୍ରସାଦ ପଟ୍ଟନାୟକ ଓ ତୁଷୁରା ରେଞ୍ଜ କେନ୍ଦୁପତ୍ର ହେଡ଼ ଚେକର ରସୁଲ ଖାନ୍ନ ପ୍ରମୁଖ ଯୋଗଦାନ କରି କେନ୍ଦୁପତ୍ର ତୋଳାଳୀ ମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଉପରେ ଆଲୋଚନା କରିଥିଲେ l ଏଥିରେ ମୁଖ୍ୟତଃ ସର୍କଲ ଚେକର ଓ ବନ୍ଦେଇ ଚେକରଙ୍କୁ ୮ ମାସରୁ ୧୨ ମାସ କରାଯିବା ସହ ସିଜନ ଚେକର, ମୁନସୀ, ଚପରାଶିଙ୍କ କାମ ୩ ରୁ ୬ ମାସ କରାଯିବା l ସେହିପରି ସର୍କଲ ଚେକର ଓ ହେଡ଼ ଚେକରଙ୍କୁ ପେଟ୍ରୋଲ ଓ ଗାଡି ବ୍ୟବସ୍ଥା କରିବା ସହ ଅବସର ପରେ ପେନସନ ବ୍ୟବସ୍ଥା କରାଯାଉ ବୋଲି ଦାବୀରେ ଉଲ୍ଲେଖ ରହିଥିଲା l ପରେ ସଞ୍ଜିତ ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ ଯାଇ ଟିଟିଲାଗଡ଼ ଡିଭିଜନ ଦାୟିତ୍ୱରେ ଥିବା ଡ଼ିଏଫଓଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l ଏହି ବୈଠକରେ ସଇଁତଲା ରେଞ୍ଜ ସଭାପତି ଅଶୋକ ଷଡ଼ଙ୍ଗୀ, ସମ୍ପାଦକ ଡିଙ୍ଗର ଠାକୁର, ଲିଙ୍ଗରାଜ ପୋଢ଼, ବିବେକ ପାତ୍ର, ହରି ସିଂ ପାତ୍ର, ବିଜୟ ସାହୁ, ବୀର ଧରୁଆ, ଶିବ ବାଗ, ମହେନ୍ଦ୍ର ବଗର୍ତ୍ତି, ମହେଶ୍ୱର ମାଝୀଙ୍କ ସମେତ ବହୁ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.