୧୫ ବର୍ଷରେ ୧୨ଟି ସନ୍ତାନ ଜନ୍ମ ଦେଇଛନ୍ତି ଏହି ମହିଳା

ଏମିତି ଜଣେ ମହିଳା ଅଛନ୍ତି, ଯିଏ ଗର୍ଭବତୀ ହେବାକୁ ବହୁତ ପସନ୍ଦ କରନ୍ତି । ଏହି ସଉକ୍ ଯୋଗୁଁ ମହିଳା ଜଣକ ୧୫ ବର୍ଷ ଧରି ନିରନ୍ତର ଗର୍ଭବତୀ ହୋଇ ୧୨ଟି ସନ୍ତାନର ମାଆ ହୋଇପାରିଛନ୍ତି । ସ୍କଟଲ୍ୟାଣ୍ଡର ବାସିନ୍ଦା ଜୋ ସଲିଭାନ୍ ଓ ତାଙ୍କ ସ୍ୱାମୀ ବେନ୍ ୧୨ଟି ସନ୍ତାନର ପିତାମାତା । ସେମାନେ ସ୍କଟଲ୍ୟାଣ୍ଡର ସବୁଠାରୁ ବଡ ପରିବାର ଭାବେ ବିବେଚିତ ହୁଅନ୍ତି । ସେମାନେ ସମସ୍ତେ ମିଶିକି ୪ ବଖରା ବିଶିଷ୍ଟ ଗୋଟିଏ ଘରେ ରହୁଛନ୍ତି । ଉଭୟ ସ୍ୱାମୀ ସ୍ତ୍ରୀ ନିଜ ପରିବାରର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରନ୍ତି । ନିକଟରେ ଜୋ ନିଜ ମାଆ ହେବାର ଅଭିଜ୍ଞତା ସୋସିଆଲ ମିଡ଼ିଆରେ ସେୟାର କରି କହିଛନ୍ତି ଯେ, ବର୍ତ୍ତମାନ ତାଙ୍କୁ ୪୪ ବର୍ଷ ବୟସ । ୨୦୦୪ ମସିହାରେ ସେ ପ୍ରଥମେ ଗର୍ଭବତୀ ହୋଇଥିଲେ । ସେବେଠାରୁ ତାଙ୍କର ଯାତ୍ରା ବନ୍ଦ ହୋଇନାହିଁ । ଗର୍ଭବତୀ ହେବାକୁ ସେ ଖୁବ୍ ପାଆନ୍ତି । ଯେତେବେଳେ ତାଙ୍କର ଯାଆଁଳା ପିଲା ଥାଆନ୍ତି, ସେତେବେଳେ ସେ ବେଶୀ ଖୁସି ହୁଅନ୍ତି । ପିଲାଟିକୁ ଜନ୍ମ ଦେବା ପରେ ପରେ ସେ ପୁନର୍ବାର ଗର୍ଭବତୀ ହେବାକୁ ଚେଷ୍ଟା କରନ୍ତି । ଲୋକମାନେ ଭାବନ୍ତି ଆମ ପାଖରେ ବହୁତ ଟଙ୍କା ଅଛି,ଯେଉଁଥିପାଇଁ ଆମେ ଏତେ ପିଲା ଜନ୍ମ ଦେଉଛୁ । କିନ୍ତୁ ସେୟା ନୁହେଁ । ଏତେ ପିଲାଙ୍କୁ ନେଇ ଚଳିବା ଆମ ପକ୍ଷେ କଷ୍ଟକର ହେଉଛି । କେବଳ ଗର୍ଭଧାରଣ ପ୍ରତି ତାଙ୍କର ଆଗ୍ରହ ଥିବାରୁ ସେ ସନ୍ତାନ ପ୍ରସବ କରନ୍ତି ବୋଲି କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.