ୟୁଏଆଇଏଲ୍‌ର ପ୍ରୋଜେକ୍ଟ ‘ପୁସ୍ତକାଳୟ’ ଜିଜ୍ଞାସା ଉଦ୍ରେକ କରୁଛି

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା/ କାଶିପୁର (ଶିବ ନାରାୟଣ ଗୈାଡ ଆଲାରାମ ଭତ୍ରା): ରାୟଗଡା ଏବଂ କଳାହାଣ୍ଡି ଭଳି ଜିଲ୍ଲାଗୁଡିକରେ ଯୁବପିଢି ମଧ୍ୟରେ ଜିଜ୍ଞାସା ଭାବ ଜାତ କରିବା ସହିତ ଶିକ୍ଷା ଆହରଣ କରିବାର ଇଛା ଓ ଆଗ୍ରହ ସୃଷ୍ଟି କରିବା ଦିଗରେ ନିଜର ପ୍ରୟାସ ଜାରି ରଖି ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ପୁସ୍ତକାଳୟମାନ (ଲାଇବ୍ରେରୀ) ସ୍ଥାପନ କରିଛି । ଏଗୁଡିକ ରାୟଗଡା ଜିଲ୍ଲାର କାଶୀପୁର ଏବଂ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ପାରିପାର୍ଶ୍ବକ ବିଦ୍ୟାଳଗୁଡିକରେ ସ୍ଥାପନ କରାଯାଇଛି । ସରସ୍ଵତୀ ବିଦ୍ୟା ମନ୍ଦିର, ଟିକିରି; ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, କାଶୀପୁର, ସରକାରୀ ୟୁଜିଏମଇ ସ୍କୁଲ, ମାଇକଞ୍ଚ, ସରକାରୀ ହାଇସ୍କୁଲ, ହାଡିଗୁଡା ଏବଂ ସରକାରୀ ହାଇସ୍କୁଲ ଆଦି ଭଳି ଉଭୟ ସରକାରୀ ଓ ସ୍ଥାନୀୟ ବିଦ୍ୟାଳୟଗୁଡିକରେ ନୂଆଦିଲ୍ଲୀସ୍ଥିତ ଆଞ୍ଜେଲିକ୍ ସହଯୋଗରେ ଏହି ଅନନ୍ୟ ପୁସ୍ତକାଳୟଗୁଡିକ ସ୍ଥାପନ କରାଯାଇଛି । ଶ୍ରୀ ମଜହର୍ ବେଗ, ୟୁନିଟ ହେଡ ଏବଂ ପ୍ରେସିଡେଣ୍ଟ ଉତ୍କଳ ଆଲୁମିନା କହିଛନ୍ତି, ଏଗୁଡିକର ନିଶ୍ଚିତ ଭାବରେ ସକାରାତ୍ମକ ପ୍ରଭାବ ପଡିବ ଏବଂ ଏହି ଆଦିବାସୀ ଅଧୁଷ୍ଠିତ ଆଭ୍ୟନ୍ତରୀଣ ଅଞ୍ଚଳଗୁଡିକରେ ଛାତ୍ରଛାତ୍ରୀଙ୍କର ଶିକ୍ଷାଗତ ମାନରେ ବୃଦ୍ଧି ଘଟାଇ। ଏହି ସୁବିଧାର ସର୍ବାଧିକ ଉପଯୋଗ କରିବାକୁ ସେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଶ୍ରୀ ବେଗ୍ କହିଥିଲେ, ଶିକ୍ଷା ମାନରେ ବୃଦ୍ଧି ଘଟାଇବା ଏବଂ ପାରିପାର୍ଶ୍ବକ ଅଞ୍ଚଳରେ ବାସ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ସକାରାତ୍ମକ ଆଚରଣଗତ ପରିବର୍ତ୍ତନ ଆଣିବା ଆମର ଲକ୍ଷ୍ୟ ହୋଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପୁସ୍ତକାଳୟ ପ୍ରକଳ୍ପ ୧୦ରୁ ୧୭ ବର୍ଷ ବୟସ ବର୍ଗ ମଧ୍ୟରେ ମିଡଲ ଓ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଅର୍ଥପୂର୍ଣ୍ଣ ଏବଂ ପ୍ରାକ୍ଟିକାଲ ପୁସ୍ତକାଳୟ ଗଢିତୋଳିବା ଏବଂ ସେମାନଙ୍କ ପଢିବା ଅଭ୍ୟାସରେ ବୃଦ୍ଧି ଘଟାଇବାକୁ ଚାହୁଁଛି। ସମ୍ପ୍ରତି ବିଦ୍ୟାଳୟକୁ ଯାଉଥିବା ୩୫୦୦ରୁ ଅଧିକ ଛାତ୍ରଛାତ୍ରୀ ଏହାର ସୁଯୋଗ ନେଉଛନ୍ତି। ପ୍ରତ୍ୟେକ ପୁସ୍ତକାଳୟରେ ୨୫୦ ପୁସ୍ତକ ରହିଛି। ଇତିହାସ, ବିଜ୍ଞାନ, ସାଧାରଣ ଜ୍ଞାନ, ଫିକ୍ସନ, ରାଜନୀତି, ସ୍ଵାଧୀନତା ସଂଗ୍ରାମୀ ଏବଂ ଆତ୍ମଜୀବନୀ ଆଦି ଏହି ପୁସ୍ତକାଳୟରେ ଉପଲବ୍ଧ ହେଉଛି । ଏହି ପୁସ୍ତକଗୁଡିକ ବେଶ୍ ପ୍ରଭାବୀ, ଶିଶୁ ଉପଯୋଗୀ ବିଷୟରେ ସମୃଦ୍ଧ ଏବଂ ସେଗୁଡିକ ଆକର୍ଷଣୀୟ ଚିତ୍ର ସହିତ ଉପସ୍ଥାପନ କରାଯାଇଛି ।

Udyog Nursery
Udyogi Nursery

ଏହି ପ୍ରକଳ୍ପର ପ୍ରଭାବ ପିଲାମାନଙ୍କର ପଢିବା, ସେମାନଙ୍କର ଜ୍ଞାନ ଏବଂ ପରିପ୍ରକାଶ କୁଶଳତାରେ ପରିଦୃଶ୍ୟ ହେଉଛି, ଯାହା ସେମାନଙ୍କର ଶିକ୍ଷାଗତ ମୂଳଦୁଆ ନିର୍ମାଣ କରୁଛି ଏବଂ ସେମାନଙ୍କୁ ସ୍ଵାଧୀନ ତଥା ଆତ୍ମନିର୍ଭର ଶିକ୍ଷାର୍ଥୀ କରି ଗଢିତୋଳୁଛି । ପୁସ୍ତକାଳୟ ପ୍ରକଳ୍ପରେ ସମ୍ପ୍ରତି ୧୨୦୦ରୁ ଅଧିକ ଛାତ୍ରଛାତ୍ରୀ ସେବାକୁ ଉପଯୋଗ କରୁଛନ୍ତି । ସେମାନେ ୨୦୨୩ ଜାନୁଆରରୁ ଏପର୍ଯ୍ୟନ୍ତ ୨୦୦ ଘଣ୍ଟାରୁ ଅଧିକ ଶିକ୍ଷାଲାଭ କରିବାର ଘଣ୍ଟା ଏକତ୍ରିତ କରିପାରିଛନ୍ତି ।

ଶ୍ରୀମତୀ ସୁକାନ୍ତି ଗୌଡ, ହିନ୍ଦୀ ଶିକ୍ଷୟିତ୍ରୀ, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର କାଶୀପୁର କହିଛନ୍ତି, “ପୁସ୍ତକାଳୟର ଛାତ୍ରଛାତ୍ରୀଙ୍କ ଜୀବନ ଉପରେ ବହୁଧା ପ୍ରଭାବ ପଡ଼ୁଛି। ଆମ ବିଦ୍ୟାଳୟରେ ଏଭଳି ପୁସ୍ତକାଳୟ ସ୍ଥାପନ ପାଇଁ ଆମେ ୟୁଏଆଇଏଲ୍ ନିକଟରେ ବାସ୍ତବରେ କୃତଜ୍ଞ । ଏହା ଛାତ୍ରଛାତ୍ରୀଙ୍କ ଜ୍ଞାନ ପରିସରକୁ ପରିବର୍ଦ୍ଧିତ କରୁଛି ।”

ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡା, ବିଜ୍ଞାନ ଶିକ୍ଷକ, ମାଇକଞ୍ଚ ହାଇସ୍କୁଲ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କର ଅବସରକାଳୀନ ପଢିବା ଅଭ୍ୟାସ ଉପରେ ପୁସ୍ତକାଳୟର ଉଲ୍ଲେଖନୀୟ ପ୍ରଭାବ ପଡ଼ୁଛି । ଛାତ୍ରଛାତ୍ରୀ ସମ୍ପ୍ରତି ସେମାନଙ୍କର ଖାଲି ସମୟକୁ ଅଧିକ ସଫଳତାର ସହିତ ଉପଯୋଗ କରୁଛନ୍ତି ଏବଂ ଉପଭୋଗ୍ୟ ଶିକ୍ଷା ଆହରଣ ପଦ୍ଧତିର ଅଂଶସ୍ଵରୂପ ନୈତିକ ବିଜ୍ଞାନ ଉପରେ ଆଧାରିତ ପୁସ୍ତକଗୁଡିକ ପଠନ କରି ଜ୍ଞାନ ଆହରଣ କରୁଛନ୍ତି ।

ଏକ ଦାୟିତ୍ଵସମ୍ପନ୍ନ କର୍ପୋରେଟ ନାଗରିକ ଭାବରେ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଆଦିବାସୀ ଅଧୁଷ୍ଠିତ ଆଭ୍ୟନ୍ତରୀଣ ଅଞ୍ଚଳରେ ସାମାଜିକ-ଅର୍ଥନୈତିକ କଲ୍ୟାଣ ଓ ସେମାନଙ୍କ ଜୀବନରେ ରୂପାନ୍ତରଣ ଆଣିବାକୁ ପ୍ରତିବଦ୍ଧ ରହିଛି। ୟୁଏଆଇଏଲ ବିଭିନ୍ନ ସିଏସ୍‌ର, ସିଆର୍ ଓ ସଷ୍ଟେନେବିଲିଟି ପ୍ରୟାସ ସମୂହ ଜରିଆରେ ଓଡ଼ିଶାର ୨୫ ଗ୍ରାମପଞ୍ଚାୟତର
୨୩୨ଟି ଗ୍ରାମରେ ଆମ ଜନସମୁଦାୟଙ୍କର ମାନବ ବିକାଶ ସୂଚୀରେ ଉନ୍ନତି ଆଣିବା ଦିଗରେ ନିରଳସ ଭାବରେ କାର୍ଯ୍ୟ କରୁଛି ଏବଂ ୨,୦୧,୦୦ରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିଛି । ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଦକ୍ଷ ନେତୃତ୍ଵ ଅଧୀନରେ ସିଏସ୍‌ର ନିୟୋଜନତା କ୍ଷେତ୍ରରେ ଏହି ଗ୍ରୁପ୍ ସମାବେଶୀ ଅଭିବୃଦ୍ଧି ପଦକ୍ଷେପଗୁଡିକରେ ସମ୍ପୃକ୍ତ ରହିଛି । ୟୁଏନ୍‌ଏସ୍‌ଜି ମୁତାବକ ଏହା ଶିକ୍ଷା, ସ୍ୱାସ୍ଥ୍ୟଯନ୍ତ୍ର, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ, ଭିଭିଭୂମି ବିକାଶ ଏବଂ ସାମାଜିକ ସଂସ୍କାର ଆଦି କ୍ଷେତ୍ରରେ ସକ୍ରିୟ ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.