ଅଢେଇ କୋଟି ଋଣ ଟଙ୍କା ଧରି ଫେରାର ଘଟଣା: ଟିଟିଲାଗଡରୁ ଅଭିଯୁକ୍ତ ମହିଳା ଗିରଫ

ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କୁ ଧନ୍ୟବାଦ ଦେଲେ ଚହକାବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚହକା ଗାଁର ହେମା ସା(୩୮) ଶତାଧିକ ମହିଳାଙ୍କୁ ଢାଳ କରି ଅଢେଇ କୋଟିରୁ ଅଧିକ ଋଣ ଟଙ୍କା ଉଠାଇ ମୁମ୍ବାଇକୁ ଫେରାର ମାରିଥିବା ଥାନାରେ ଅଭିଯୋଗ ହୋଇଥିଲା । ୨୨୦ ଜଣ ମହିଳାଙ୍କ ନାରେ ଋଣ ରହିଥିବା କହି ଫାଇନାନ୍ସ କମ୍ପାନିର କର୍ମଚାରୀ ଘରକୁ ଯାଇ ମହିଳାମାନଙ୍କୁ ଧମକ ଚମକ ଦେବା ସହ ବହୁତ ହଇରାଣ କରୁଥିଲେ । ତେବେ ଠକେଇର ଶିକାର ହୋଇଥିବା ମହିଳାମାନେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ରେ ଅଭିଯୋଗ କଲା ପରେ ତୁରନ୍ତ ଚହକା ଗାଁକୁ ଅଧ୍ୟକ୍ଷ ଆସି କେଗାଁ ପୋଲିସର ଉପସ୍ଥିତିରେ ଏକ ବୈଠକ କରି ଗତ ମଙ୍ଗଳବାର ଦିନ କେଗାଁ ଥାନାରେ ଏ ଠକେଇ ଘଟଣା ସମ୍ପର୍କରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁକରି ତନାଘନା ତଦନ୍ତ ଆରମ୍ଭ କରିଥିଲା । ଏନେଇ ସଦର ଡିଏସପି ହେମ୍ରମଙ୍କ ନେତୃତ୍ବରେ କେଗାଁ ଥାନା ଆଇଆଇସି ପ୍ରଶାନ୍ତ କୋଲ୍ଲାହରସ ଏକ ଟିମ ଗଠନ କରି ମୁମ୍ବାଇ ଯାଇ ତଦନ୍ତ କରୁଥିବା ବେଳେ ଏହି କଥା ସମ୍ପୃକ୍ତ ଅଭିଯୁକ୍ତ ମହିଳା କୌଣସି ସୂତ୍ରରୁ ଜାଣି ମୁମ୍ବାଇରୁ ଟ୍ରେନ ଯୋଗେ ଫେରାର ମାରି ଟିଟିଲାଗଡ ଅଭିମୁଖେ ଆସୁଥିଲା । ମୋବାଇଲ ଟ୍ରାକିଙ୍ଗ କରି ଟିଟିଲାଗଡରୁ ସମ୍ପୃକ୍ତ ମହିଳାଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିଲା । ବର୍ତ୍ତମାନ ସମ୍ପୃକ୍ତ ମହିଳାଙ୍କୁ ପୋଲିସ କେଗାଁ ଥାନାରେ ଅଟକ ରଖି ନିଜେ ସଦର ଡିଏସପି ହେମ୍ରମ ଅଧିକ ତଦନ୍ତ ଜାରି ରଖିଛନ୍ତି । ଅଭିଯୋଗର ଛତିଶ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ମହିଳା ଗିରଫ ହୋଇଥିବାରୁ ଚହକା ପଞ୍ଚାୟତବାସୀ ବ୍ଲକ ଅଧ୍ୟକ୍ଷ ମହାନନ୍ଦଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଶ୍ରୀ ମହାନନ୍ଦ କଳାହାଣ୍ଡି ପୋଲିସକୁ ଧନ୍ୟବାଦ ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.