ମାଆ ତାରିଣୀଙ୍କ ବିଷୁବ ପୂଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର କଲେଜ୍ ରାସ୍ତାରେ ଥିବା ମାଆ ତାରିଣୀଙ୍କ ମନ୍ଦିରରେ ବିଷୁବ ପୂଜା ଅନୁଷ୍ଠିତ ହେଇ ଯାଇଛି । ୨୦୦୦ ମସିହାରୁ ନିୟମିତ ଭାବେ ଏହି ମନ୍ଦିରରେ ପୂଜା ସମ୍ପାଦନା ହେଉଥିବା ବେଳେ ବିଭିନ୍ନ ନୀତି କାନ୍ତି ଓ ବିଭିନ୍ନ ପର୍ଯ୍ୟାୟରେ ସମସ୍ତ ପ୍ରକାର ପୂଜା କାର୍ଯ୍ୟ ହେଇଚି । ସମସ୍ତ ପୂଜା କାର୍ଯ୍ୟକୁ ସଭାପତି ଜୟ କୁମାର ସିଂହ ଦେଓ, ସମ୍ପାଦକ ସପନ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ମିଶ୍ର ପରିଚାଳନା କରିଥିବା ବେଳେ କର୍ତ୍ତା ଭାବରେ କୁଳମଣି ଦାସ ଓ ତାଙ୍କ ପତ୍ନୀ ମଞ୍ଜୁଲତା ଦାସ ଦାୟିତ୍ଵ ନିର୍ବାହ କରିଥିଲେ । ପୂଜକ ଭାବରେ ଲକ୍ଷ୍ମଣ ଷଡ଼ଙ୍ଗୀ ଓ ସତ୍ୟ ନାରାୟଣ ଦାଶ ସମସ୍ତ ପୂଜା କାର୍ଯ୍ୟ ସୁଚାରୁ ଭାବରେ ସମ୍ପନ୍ନ କରି ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.