ରାୟଗଡା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ନେତାଜି ସଂଯୁକ୍ତ ଶାଖା ପକ୍ଷରୁ ମହା ବିଷୁବ ପଣା ସଂକ୍ରାନ୍ତି, ଓଡ଼ିଆ ନବ ବର୍ଷ ଏବଂ ଆମ୍ବେଦକର ଜୟନ୍ତୀ ପାଳନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହରର ସ୍ଥାନୀୟ ରାମକୃଷ୍ଣ ନଗର ସ୍ଥିତ ହରିଜନ ସାହିରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ, ନେତାଜି ସଂଯୁକ୍ତ ଶାଖା ତରଫରୁ ମହା ବିଷୁବ ପଣା ସଂକ୍ରାନ୍ତି, ଓଡ଼ିଆ ନବ ବର୍ଷ ଏବଂ ଭାରତରତ୍ନ ବାବା ସାହେବ ଆମ୍ବେଦକର ଜୟନ୍ତୀ ପାଳନ କରାଯାଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବାଦଲ କୁମାର ତା, ସମ୍ମାନିତ ଅତିଥି ଭାବେ ଜଳନ୍ଧର ଗରଡ଼ିଆ ଏବଂ ମୁଖ୍ୟ ବକ୍ତା ଭାବେ ସଙ୍ଘ ପ୍ରଚାରକ ତଥା ପ୍ରାନ୍ତ ସେବା ପ୍ରମୁଖ ଦୀପକ କୁମାର ରାଉତ ଉପସ୍ଥିତ ଥିଲେ | ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା, ଏବଂ ସାହିର ମହିଳା ମାନେ ପ୍ରଭୁ ଶ୍ରୀ ହନୁମାନ ଏବଂ ବାବା ସାହେବ ଆମ୍ବେଦକରଙ୍କ ଫୋଟୋ ରେ ପୂଜାର୍ଚ୍ଚନା , ପୁଷ୍ପ ମାଲ୍ୟ ଦେଇ ଏବଂ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭ ଆରମ୍ଭ କରିଥିଲେ | ମୁଖ୍ୟ ବକ୍ତା ଓଡ଼ିଆ ନବ ବର୍ଷ, ହନୁମାନ ଜନ୍ମଉତ୍ସବ ବିଷୟରେ ଆଲୋକପାତ କରିବା ସହ ବାବା ସାହେବ ଆମ୍ବେଦକର ଙ୍କ ଭାରତ ରାଷ୍ଟ୍ରପତି ଥିବା ଅବଦାନ ବିଷୟରେ ସମ୍ପୂର୍ଣ ମାର୍ଗ କରିଥିଲେ | ସ୍ୱୟଂ ସେବକ ବିଦ୍ୟା ଭୂଷଣ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ. ସ୍ୱୟଂ ସେବକ ଶ୍ୟାମ କୁମାର ଦାଶ, ପଦ୍ମନାଭ ଦାଶ,ବସନ୍ତ କୁମାର ଉଲ୍ଲାକା, ଅଜୟ କୁମାର ଚୂଲେଟ, ଟି. ନାଗରାଜୂ, ରୋଶନ ପାଣିଗ୍ରାହୀ, ରାଜେଶ ପାଣିଗ୍ରାହୀ, ନିରୋଜ ପାଢ଼ି, ଯଜ୍ଞ ଦତ୍ତ ହୋତା, ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ସଙ୍ଘର ରାମଚନ୍ଦ୍ର ସାହୁ, ବିଜୟ କୁମାର ମିଶ୍ର, ଶଶୀ ଭୂଷଣ ହୋତା, ଜିତେନ୍ଦ୍ର ନାୟକ,ଜିଲ୍ଲା ଶିଶୁ ମଙ୍ଗଳ ଅଧ୍ୟକ୍ଷା ଶ୍ରୀମତୀ ବିଦୁଲତା ହୁଇକା ଏବଂ ସାହିର ବହୁ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ | ଶେଷର ପ୍ରସ୍ତୁତ ହୋଇଥିବା ପଣାଙ୍କୁ ସାହିର ମହିଳା ମାନେ ବଣ୍ଟନ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.