ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଲଡୁଗାଁ କେନ୍ଦୁପତ୍ର ରେଞ୍ଜ ଅଧୀନ ବିଭିନ୍ନ ଗ୍ରାମରେ ଘରୋଇ କମ୍ପାନୀ କେନ୍ଦୁପତ୍ର କ୍ରୟ କରୁଛି। ଯାହାକୁ ବିରୋଧ କରି ରବିବାର ଭୁର୍ଷାଗୁଡା ମହାଭାରତ ପଡ଼ିଆଠାରେ କେନ୍ଦୁପତ୍ର ସାମୟିକ କର୍ମଚାରୀ ଓ ବନ ବିଭାଗର ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଛି। ଆମପାଣି ଜିଲ୍ଲା ପରିଷଦ ସଭ୍ୟ ତଥା କେନ୍ଦୁପତ୍ର ଶ୍ରମିକ ସଂଘ ସଭାପତି ହେମନ୍ତ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବରେ କଳାହାଣ୍ଡି କେନ୍ଦୁପତ୍ର ଶ୍ରମିକ ସଂଘ ସଭାପତି ଚିରାକ୍ ସିଂ ଦେଓ, ସମ୍ମାନିତ ଅତିଥି ଧର୍ମଗଡ଼ ବ୍ଳକ ଜିଲ୍ଲାପରିଷଦ ସଭ୍ୟ ଶଙ୍କର ଯୁଏଡ, ଲଡୁଗାଁ କେନ୍ଦୁପତ୍ର ବନାଞ୍ଚଳ ଅଧିକାରୀ ରେବତୀ କାନ୍ତ ନାଏକ, ରେଙ୍ଗାଲପାଲି ବନପାଳ ସୁଦାମ ଚରଣ ସାହୁ, ବିଜମରା ବନପାଳ ହରିଶଙ୍କର ଧରୁଆ, ଜୟପାଟଣା ବନପାଳ ତ୍ରୈଲୋକ୍ୟ ଧରୁଆ ପ୍ରମୁଖ ଯୋଗଦେଇ ଥିଲେ। ଲଡୁଗାଁ ରେଞ୍ଜ ଅଧୀନ ବିରିମୁହାଣ ଠାରେ ପାଇକପଡା ପର୍ଯ୍ୟନ୍ତ ୧୪ଟି ଫଡିରେ ଘରୋଇ କମ୍ପାନୀ କେନ୍ଦୁପତ୍ର ତୋଳାଳୀ ଶ୍ରମିକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଗତ ଦୁଇବର୍ଷ ହେବ ପତ୍ର କ୍ରୟ କରି ଆସୁଛି, ଯାହାଦ୍ଵାରା ସରକାରଙ୍କ ଲକ୍ଷାଧିକ ରାଜସ୍ୱ ହାନି ହେଉଛି। ସରକାରୀ ସ୍ତରରେ କେନ୍ଦୁପତ୍ର ବିକ୍ରୟ କଲେ ସରକାରଙ୍କ ଦ୍ବାର ରହିଥିବା ବିଭିନ୍ନ ସୁବିଧା ବିଏସକେୱାଇ କାର୍ଡ ଅନ୍ତର୍ଭୁକ୍ତ କରିବା, ତୋଲାଲି ପରିବାରଙ୍କ ଛାତ୍ରଛାତ୍ରୀ ମାନଙ୍କ ଛାତ୍ରବୃତ୍ତି, ବନ୍ଧେଇ ଶ୍ରମିକଙ୍କ କଲ୍ୟାଣ ଟ୍ରଷ୍ଟ ରୁ ମୃତ୍ୟୁ କାଳୀନ ସହାୟତା ଆଦିରୁ କେନ୍ଦୁପତ୍ର ତୋଲାଲି ଶ୍ରମିକ ଅନ୍ତର୍ଭୁକ୍ତ ହୋଇପାରିବେ। ହେଲେ ଘରୋଇ କମ୍ପାନୀ କେନ୍ଦୁପତ୍ର ତୋଳାଳୀ ଶ୍ରମିକ ମାନଙ୍କୁ ଅଧିକ ଲାଭ ଆଶା ଦେଖାଇ ନିଜ ଆଡକୁ ଟାଣି ନେଉଛି। ଯାହା ଦ୍ବାରା କେନ୍ଦୁପତ୍ର ତୋଳାଳୀ ଶ୍ରମିକ ସରକାରଙ୍କ ଦ୍ବାରା ରହିଥିବା ଅନେକ ସୁବିଧାରୁ ବଞ୍ଚିତ ହେଉଛନ୍ତି। କିଭଳି ଭାବରେ କେନ୍ଦୁପତ୍ର ତୋଳାଳୀ ଶ୍ରମିକ ସରକାରଙ୍କ ଦ୍ବାରା ରହିଥିବା ଯୋଜନାର ଲାଭ ଉଠେଇ ପାରିବେ ଓ ସରକାରୀ ସ୍ତରରେ ଅଧିକରୁ ଅଧିକ କ୍ରୟ ହେବ ସେନେଇ ବିଶେଷ ଭାବରେ ଆଲୋଚନା ହୋଇଥିଲା। ଏଥି ସହିତ ବ୍ୟାପକ ସଚେତନତା ସୃଷ୍ଟି କରିବା ସହିତ ଗାଁ ଗାଁରେ କରୋଇ କମ୍ପାନୀର କେନ୍ଦୁପତ୍ର କ୍ରୟ କୁ ବିରୋଧ କରିବା ପାଇଁ ଆଲୋଚନା ହୋଇଛି। ବୈଠକରେ ଗୋତମୁଣ୍ଡା ସମିତି ସଭ୍ୟା ଶାମୁକା ନାଏକ, ମହିମା ସରପଞ୍ଚ ଇଶରାମ କୋଲଥିଆ, ସମିତି ସଭ୍ୟ ଘନଶ୍ୟାମ ନାଏକ ସମେତ ବଡପୋଡାଗୁଡା, ଆମପାଣି, ଡୁଡୁକାଠେଙ୍ଗା, ଟେମରା, ସାନପୋଡାଗୁଡା, ମହିମା, ଗୋତମୁଣ୍ଡା, ଧର୍ମଗଡ଼ ବ୍ଳକର ଧଅଁରପୁର, ଜୟନ୍ତପୁର ସମେତ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ମାନେ ସାମିଲ ହୋଇ ନିଜ ନିଜ ମତ ରଖିଥିଲେ। ଚେକର ତ୍ରିନାଥ ପୋଟା, ପ୍ରଫୁଲ୍ଲ ନାଏକ, ମୁନସୀ ପ୍ରଦୀପ ପୟାସିଂ, ରୁପଧର ଚଣ୍ଡୀ, ବଦ୍ରି ପ୍ରସାଦ ସୌରୀ, ବିଶେଶ୍ୱର ମାଝୀ, ମଦନ ମାଝୀ, କ୍ଷୀରୋଦ କାଣ୍ଡ ସମେତ ଲଡୁଗାଁ କେନ୍ଦୁପତ୍ର ବନାଞ୍ଚଳ ଅଧିନ ସମସ୍ତ ଫଡୀର ମୁନସୀ, ଚପରାସି, ଚେକରମାନେ ଉପସ୍ଥିତ ରହି ସରକାରଙ୍କ ତରଫରୁ କେନ୍ଦୁ ବୁଦା କଟାଯାଇଥିବା ସ୍ଥାନରେ ମଧ୍ୟ କମ୍ପାନୀ ପସି ତୋଲାଲିଙ୍କୁ ପ୍ରଲୋଭନ ଦେଖାଇ ପତ୍ର ସଂଗ୍ରହ କରି ନେଉଛି। ଯ’ ଦ୍ବାରା ସରକାରଙ୍କ ରାଜସ୍ବ ହାନି ହେବା ସହ ଅନେକ କ୍ଷତି ସହିବାକୁ ପଡୁଛି, ତେଣୁ ଘରୋଇ କମ୍ପାନୀ କେନ୍ଦୁପତ୍ର କ୍ରୟକୁ ବିରୋଧ କରିବା ପାଇଁ ବୈଠକରେ ଚେତାବନୀ ଦେଇଛନ୍ତି।