ଇନ୍ଦ୍ରାବତୀ ହାଇସ୍କୁଲ ୧୯୯୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଲପାଲି ପଞ୍ଚାୟତ ଇନ୍ଦ୍ରାବତୀ ସରକାରୀ ଉଚ୍ଚ ବିଦ୍ୟାଳୟ ଡଙ୍ଗରୀଗୁଡା ୧୯୯୦ ମାଟ୍ରିକ ବ୍ୟାଚ ର ଛାତ୍ର ମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି l କାର୍ଯ୍ୟକ୍ରମ ରେ ପୂର୍ବତନ ପ୍ରଧାନ ଶିକ୍ଷକ ବିପିନ ବିହାରୀ ମୁଣ୍ଡ, ବି ଏସ ସି ଶିକ୍ଷକ ଭବାନୀ ଶଙ୍କର ପଣ୍ଡା, ଗଣିତ ଶିକ୍ଷକ ହରିଶଙ୍କର ବାଗ, ପିଇଟି କୃପାସିନ୍ଧୁ ପାତ୍ର, ସେବକ ବନମାଳୀ ବାଗ ଅତିଥି ଭାବରେ ମଞ୍ଚାସିନ ହୋଇଥିଲେ l ପ୍ରଥମେ ଆନୁଷ୍ଠାନିକ ଭାବରେ ସରସ୍ବତୀ ଓ ଗଣେଶ ଫଟୋ ଚିତ୍ର ରେ ଦୀପପ୍ରଜ୍ବଳନ ଓ ବନ୍ଦନା କରିଥିଲେ l ପରେ ଗୁରୁ ବନ୍ଦନା କରି ମଞ୍ଚାସିନ ଅତିଥି ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ଦୀର୍ଘ ୩୩ ବର୍ଷ ର ବ୍ୟବଧାନ ପରେ ସମସ୍ତ ସାଙ୍ଗ ଏକାଠି ହୋଇଥିବାରୁ ଭାବ ବିହ୍ଵଳ ହୋଇ ଶ୍ରେଣୀ ସହପାଠୀ ର ସେସମୟର ସ୍ମୁତି, ଶିକ୍ଷା ର ମାନ, ଶୃଙ୍ଖଳା ଓ ଶିକ୍ଷକ ଙ୍କ ପ୍ରତି ଭକ୍ତି ଭାବ କୁ ମନେ ପକେଇ ଭବିଷ୍ୟତ ଜୀବନରେ ସମସ୍ତ ସାଙ୍ଗ ପରସ୍ପର ର ସହଯୋଗୀ ହୋଇ ଶିକ୍ଷାନୁଷ୍ଠାନ ର ନାମ କୁ ଉଜ୍ଜଳ କରିବା ସହ ଉନ୍ନତି ଦିଗରେ ସହାୟ ହେବେ ବୋଲି ଉପସ୍ଥିତ ସମସ୍ତ ସାଙ୍ଗ ମାନେ ବକ୍ତବ୍ୟ ରଖିଥିଲେ l ପୁରାତନ ଛାତ୍ର, ସହଦେଵ ଶବର, ଅଜିତ କୁମାର ରାୟ, ମହେଶ୍ୱର କାଣ୍ଡ, ପଦ୍ମଲୋଚନ ଦାସ, ହେମନ୍ତ ନାଏକ, ବଂଶୀଧର ନାଏକ, ବାଳକୃଷ୍ଣ ନାଏକ,ସୁଶାନ୍ତ ବିଶ୍ୱାଳ,ନୀଳାମ୍ବର ପୁଝାରୀ,ଜଗଜୀବନ ନାଏକ ସମେତ ଅନେକ ପୁରାତନ ଛାତ୍ର ଉପସ୍ଥିତ ଥିଲେ I ଅରୁଣ କୁମାର ପୁରୋହିତ କାର୍ଯ୍ୟକ୍ରମ ର ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ଅଶୋକ କୁମାର ପାତ୍ର ମଞ୍ଚ ପରିଚାଳନା କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.