ବେସାହାରାକୁ କାନ୍ଧ ଦେଇ ଶବ ସତ୍କାର; ମାନବିକତା ଦେଖାଇଲେ ବ୍ଲକ ଉପାଧ୍ୟକ୍ଷ ଓ ଡୋକରି ଚଞ୍ଚରା ଉନ୍ନୟନ କମିଟି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ସାହାଜ ଜଙ୍ଗଲ ମଧ୍ୟରେ ଥିବା ପର୍ଯ୍ୟଟନସ୍ଥଳୀ ଗୁଡ଼ହାଣ୍ଡି ଡୋକରୀ ଚଞ୍ଚରାଠାରେ ଥିବା ଶ୍ରୀରାମ ମନ୍ଦିର ପାଖରେ ରହୁଥିବା ଅସହାୟ ବୃଦ୍ଧା ମଙ୍ଗଳ ଦେଇ ମାଝୀଙ୍କ ରବିବାର ପରଲୋକ ହୋଇଛି । ବୃଦ୍ଧ ସ୍ୱାମୀ ଘେନୁ ମାଝୀ ଛଡା ପାଖରେ କେହି ନଥିବାବେଳେ ଉପାୟ ଶୂନ୍ୟ ହୋଇ ପଡ଼ିଥିଲେ l କୌଣସି ମତେ ଖବର ପାଇ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସରପଞ୍ଚ ହରିପ୍ରିୟା ନାଗ ଓ ଡୋକରୀ ଚଞ୍ଚରା ଉନ୍ନୟନ କମିଟିର କର୍ମକର୍ତ୍ତା ଓ ସମାଜ ସେବୀମାନେ ଘଟଣା ସ୍ଥଳରେ ପହଞ୍ଚି ଶବ କୁ କାନ୍ଧ ଦେଇ ସତ୍କାର କରି ମହାନତା ଦେଖେଇଛନ୍ତି l ସୂଚନା ଯୋଗ୍ୟ ଯେ, ଅସହାୟତା ଓ ପାରିବାରିକ ଆର୍ଥିକ ସ୍ଥିତି ଦୁର୍ବଳ ଯୋଗୁଁ ଏହି ପର୍ଯ୍ୟଟନୀ ସ୍ଥଳୀରେ ବସ ବାସ କରି ଜଙ୍ଗଲ ଦ୍ରବ୍ୟ ସଂଗ୍ରହ କରିବା ସହିତ ପର୍ଯ୍ୟଟନ ସ୍ଥଳକୁ ଆସୁଥିବା ଲେକେ ଯିଏ ଯାହା ଭାବି ବିଚାରୀ ଦେଲେ ସଥିରେ ପରିବାର ପ୍ରତିପୋଷଣ କରୁଥିଲେ। ବାର୍ଦ୍ଧକ୍ୟ ଅବସ୍ଥାରେ ଅସହାୟ ଅବସ୍ଥାରେ ଦୁଃର୍ଦିନ ରେ କାଳାତିପାତ କରୁଥିଲେ l ରବିବାର ମଙ୍ଗଳ ଦେଇଙ୍କ ମୃତ୍ୟୁ ଖବର ପାଇ ଉନ୍ନୟନ କମିଟିର କର୍ମକର୍ତା, ଭଦ୍ରେଶ୍ୱର ପାତ୍ର, ଜିତେନ୍ଦ୍ର ପ୍ରଧାନୀ, ଅଇଁରୀ ନାଶନ ଚିନ୍ଦା, ଆଦିତ୍ୟ ପଣ୍ଡା, ଘନଶ୍ୟାମ ନାଏକ, ଗୌରାଙ୍ଗ ନାଗ ପହଞ୍ଚି ଶବ ସତ୍କାର କାର୍ଯ୍ୟ ସମାପନ କରିଥିଲେ l ଦୂର ଗାଁ ରୁ ଆସିଥିବା ତାଙ୍କ ସମ୍ପର୍କୀୟ ମୁଖାଗ୍ନି ଦେଇଥିଲେ l ବର୍ତ୍ତମାନ ବୃଦ୍ଧ ଘେନୁ ମାଝୀ ନିଜ ସମ୍ପର୍କୀୟ ଙ୍କ ଘର କୁ ଯାଇଥିବାବେଳେ ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ ହରିଶ୍ଚନ୍ଦ୍ର ଯୋଜନା ରୁ ତିନି ହଜାର ଟଙ୍କା ପ୍ରଦାନ କରିଥିବାବେଳେ ବ୍ଲକ ଉପାଧ୍ୟକ୍ଷ ଅଗ୍ରୱାଲ ଦଶାହ କାର୍ଯ୍ୟ ସମ୍ପାଦନ ପରେ ବୃଦ୍ଧଙ୍କ ଥଇଥାନ ପାଇଁ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.