ଗୁରାପଲିଠାରେ ବିଜେପି ଯୁବ ମୋର୍ଚ୍ଚା ସମ୍ମିଳନୀ, ଏଥର ଓଡିଶାରେ ବିଜେପି ସରକାର

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଚଳିତ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେଡି ସରକାର ହଟିବା ସାଙ୍ଗକୁ ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଗୁରାପଲି ଟୋଲ ଗେଟ ନିକଟରେ ଆୟୋଜିତ ବିଜେପି ଯୁବ ମୋର୍ଚ୍ଚାର ସମ୍ମିଳନୀରେ ଯୁବନେତାମାନେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି l ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଜଗନ୍ନାଥ ଭୂୟାଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମ୍ମିଳନୀରେ ରାଜ୍ୟ ସରକାର ଦୀର୍ଘ ୨୩ ବର୍ଷ ସରକାର ମଧ୍ୟରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ନାରୀ ନିର୍ଯ୍ୟାତନା ସମେତ ଦାଦନ ଚାଲାଣରେ ଏକ ନମ୍ବର ହେବା ସହ ପ୍ରଶାସନିକ ଅଧିକାରୀମାନେ ବିଜେଡିର ବଚସ୍କର ପାଲଟିବା ସହ ସବୁ ଆଡେ ପିସି କାରବାର ବୃଦ୍ଧି ପାଇଛି ଓ ରାଜ୍ୟରେ ଯୁବକ ମାନଙ୍କ ପାଇଁ ଆବଶ୍ୟକ କର୍ମନିଯୁକ୍ତି ନାହିଁ ବୋଲି ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ l ଉକ୍ତ ଯୁବ ମୋର୍ଚ୍ଚା ସମ୍ମିଳନୀରେ ଘୁମୁସର ଜିଲ୍ଲା ଯୁବ ମୋର୍ଚା ସଭାପତି ଦୀପକ କୁମାର ପ୍ରଧାନଙ୍କ ସମେତ ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ପଦ୍ମ ଚରଣ ସୁବୁଧି, କେଇରସି ସରପଂଚ ସନ୍ତୋଷ କୁମାର ରାଉତ, ବାନାମ୍ବର ସ୍ୱାଇଁ, ପ୍ରଭାତ କୁମାର ନାୟକ, ଚନ୍ଦ୍ର ଶେଖର ପଟ୍ଟନାୟକ, ବିଜୟଲକ୍ଷ୍ମୀ ବାଲା,  ରାଜଲକ୍ଷ୍ମୀ ଅପା, ରମେଶ ପରିଡା, ଗୋପାଳ ସାମନ୍ତରା, ନକୁଳ ତରାଇ, ଗୋବର୍ଦ୍ଧନ ଦଳାଇ, ସିମାଞ୍ଚଳ ସବାର, ରମେଶ ପରିଡା, ସୁଦାମ ନାୟକ, ଏ ଅମିତା ପ୍ରଧାନ, ମନୋଜ ସାହୁ, ଭଗବାନ ବେହେରା, ଟୁଟୁ ତରେଇ, ଅଭିରାମ ସାହୁଙ୍କ ସମେତ ବହୁ ପରାଜିତ ସରପଂଚ, ସମିତି ସଭ୍ୟ ଓ ଯୁବ ନେତା ମାନେ ଅଂଶ ଗ୍ରହଣ କରି ଖଲ୍ଲିକୋଟ ବ୍ଲକରେ ଦୁର୍ନୀତି ଓ ଭ୍ରଷ୍ଟାଚାରର ସୀମା ଟପିଲାଣି ବୋଲି ଅଭିଯୋଗ କରିଥିଲେ l ବୈଠକ ଶେଷରେ ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଯୌନ ବ୍ୟଭିଚାର ଘଟଣା ଅଭିଯୋଗ ଆଣି ଯୁବ ମୋର୍ଚ୍ଚା କର୍ମୀମାନେ ତାଙ୍କର କୁଶପୁତ୍ତଳିକା ଦାହ କରିଥିଲେ l ଉକ୍ତ ଯୁବ ମୋର୍ଚ୍ଚା ସମ୍ମିଳନୀରେ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ପ୍ରାୟ ୭୦୦ ଯୁବକ ପ୍ରଚଣ୍ଡ ଗରମ ସତ୍ୱେ ଅଂଶ ଗ୍ରହଣ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.