ରାୟଗଡ ବ୍ଲକ ନୂତନ ପେନସନଭୁକ୍ତ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡ ବ୍ଲକ୍ ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କର ଏକ ଜରୁରୀ ବୈଠକ ରାୟଗଡା ସହର ସ୍ଥିତ ଗାନ୍ଧୀ ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ବିଷମକଟକ ବ୍ଲକର ଶିକ୍ଷକ ରାଜେନ୍ଦ୍ର ଗାଜିବିଲି, ରାୟଗଡ ଜିଲ୍ଲା ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୋମନାଥ ଗରଡା ଯୋଗ ଦେଇଥିଲେ । ଆଜିକାର ବୈଠକରେ ରାୟଗଡ ବ୍ଲକ୍ ନୂତନ ପେନସନଭୁକ୍ତ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସଭାପତି ଭାବେ ପୁରନ୍ଦର ପାଣି, କାର୍ଯ୍ୟକାରୀ ସଭାପତି ରୂପେ ଶ୍ରୀ ଆର୍. ବିଜୟ କୁମାର, ସାଧାରଣ ସମ୍ପାଦକ ଭାବେ ଶ୍ରୀମତୀ ତନୁଶ୍ରୀ ସ୍ମରଣୀକା ମିଶ୍ର, ସାଙ୍ଗଠନିକ ସମ୍ପାଦକ ଭାବେ ସୁରେଶ ମହାନ୍ତି, ଉପ-ସଭାପତି କର୍ଣ୍ଣ ବିଡିକା ଓ ଶ୍ରୀମତୀ ଚିନ୍ମୟୀ ଶୁଭସ୍ମିତା ଦାସ, ସହ-ସମ୍ପାଦକ ରୂପେ ଲାଡି ଶତୀଶ କୁମାର, ରାଜେଶ ସାହୁ ଓ ଶ୍ରୀମତୀ ମାଳାଦେଈ ବିଡ଼ିକା, ମିଡିଆ ସଂଯୋଜକ ଭାବେ ଶ୍ରୀ ଶଙ୍କର ନାରାୟଣ ବେହେରା ଓ ଟି. ଭି. ଭି.ସତ୍ୟ ନାରାୟଣ, କୋଷାଧ୍ୟକ୍ଷ ଭାବେ ଭି.ରମେଶ ଚୟନ ନିର୍ବାଚିତ ହୋଇଥିଲେ । ଏହି କାର୍ଯ୍ଯକ୍ରମରେ ଜିଲ୍ଲା ନୂତନ ପେନସନଭୁକ୍ତ ଶିକ୍ଷକ ସଂଘ ଉପ ସଭାପତି ଶ୍ରୀମତୀ ପ୍ରଣତୀ ହିମିରିକା ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ନୂତନ ପେନସନଭୁକ୍ତ ଶିକ୍ଷକ ସଂଘ କୋଷାଧ୍ୟକ୍ଷ ଆନନ୍ଦ ତାଡିଙ୍ଗି ପରିଚାଳନାରେ ସହଯୋଗ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.