ମଇ ୫ରେ ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ସନ୍ଥ କବିଙ୍କ ଜୟନ୍ତୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ଆଗାମୀ ମଇ ମାସ ପାଂଚ ତାରିଖରେ ସନ୍ଥ କବି ଭୀମଭୋଇଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହେବ । ଏନେଇ ବିଧିବଦ୍ଧ ଭାବରେ ଏକ ପ୍ରସ୍ତୁତି ବୈଠକ ସଭାପତି ପଦ୍ମଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଥିବାବେଳେ ସଂପାଦକ ହେମନ୍ତ ସାହୁ ପୂର୍ବ ବୈଠଳର ବିବରଣୀ ସହିତ ସନ୍ଥ କବିଙ୍କ ଜୟନ୍ତୀ ପାଳନର ରୂପରେଖ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଉଦୟ ନାୟକ, ବରିଷ୍ଠ ସଦସ୍ୟ ହୃଦାନନ୍ଦ ସାହୁ, ସଂକୀର୍ତ୍ତନ ଘିଭେଲା,ପରମାନନ୍ଦ ବିଶି, ମାନସ ରଂଜନ ପ୍ରହରାଜ, ମଧୁସୂଦନ ସିଂହ, ନିରଞ୍ଜନ ମହାରଣା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.