ରାୟଗଡା ଜିଲ୍ଳା ଇଲ୍କେଟ୍ରିକଲ୍ କମିଟିର ପ୍ରଥମ ବୈଠକ

ବିଦ୍ୟୁତ୍ କରଣ, ବ୍ୟବସ୍ଥାରେ ଉନ୍ନତି ଓ ବିଭିନ୍ନ ଯୋଜନାକୁ ନେଇ ଆଲୋଚନା

ବିଦ୍ୟୁତ୍‌କରଣରେ ସାମିଲ ହେବେ ଜିଲ୍ଳାର ୧୮୪ଟି ଗ୍ରାମ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଳାପାଳ ସ୍ୱଧାଦେବ ସିଂଙ୍କ ଅଧ୍ୟକ୍ଷତାରେ ଟିପିଏସଓଡିଏଲ ପକ୍ଷରୁ ଜିଲ୍ଳା ବିଦ୍ୟୁତ୍ ସଂକ୍ରାନ୍ତ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ଏବଂ ଆଇନ ବିଭାଗୀୟ ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକା,କୋରାପୁଟ ଲୋକ ସଭା ସାଂସଦ ସପ୍ତଗିରି ଉଲାକା,ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି,ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ,ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରା,ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିିପାଠୀଙ୍କ ସମେତ ଅନ୍ୟ ଜିଲ୍ଳାସ୍ତରୀୟ ଅଧିକାରୀ ଏବଂ ଜିଲ୍ଳା ଟିପିଏସଓଡିଏଲ ଅଧୀକ୍ଷଣ ଯନ୍ତ୍ରୀ ପ୍ରୀୟଦର୍ଶୀ ବେହେରା,ନିର୍ବାହୀ ଯନ୍ତ୍ରୀ ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ରାୟଗଡା ଜିଲ୍ଳାରେ ବକେୟା ଥିବା ୧୮୪ଟି ପଡା ଗ୍ରାମମାନଙ୍କରେ ବିଦ୍ୟୁତ କରଣ କରିବା ପାଇଁ ବୈଠକରେ ଚିଠା ପ୍ରସ୍ତାବ ଅନୁମୋଦିତ କରାଯାଇଛି । ଏଥିରେ ଜିଲ୍ଳା ପ୍ରଶାସନ ଦ୍ୱାରା ୧୦୯ଟି ଗ୍ରାମ ଏବଂ ରାଜ୍ୟ ଓ କେନ୍ଦ୍ର ବିଦ୍ୟୁତ ବିଭାଗ ଦ୍ୱାରା ଟିପିଏସଓଡିଏଲ ମାଧ୍ୟମରେ ୫୦ଟି ଗ୍ରାମରେ ବିଦ୍ୟୁତ୍ କରଣ କରାଯିବାକୁ ଥିବା ବେଳେ ୨୫ଟି ଗ୍ରାମରେ ଆଲୋକିକରଣ କରାଯିବା ପାଇଁ କାର୍ଯ୍ୟାଦେଶ ଦିଆଯାଇସରିଛି ଏବଂ କାମ ମଧ୍ୟ ଆରମ୍ଭ ହୋଇ ସାରିଥିବା ନେଇ ବୈଠକରେ ନିର୍ବାହୀ ଯନ୍ତ୍ରୀ ଶ୍ରୀ ନାୟକ ପ୍ରକାଶ କରିଥିଲେ । ସେହିପରି ଜିଲ୍ଳାରେ ଟିପିଏସଓଡିଏଲ ବିଦ୍ୟୁତ ବିଭାଗ ଦ୍ୱାରା କରାଯାଉଥିବା ବିଦ୍ୟୁତ୍‌କରଣ,ବ୍ୟବସ୍ଥାର ଉନ୍ନତି ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଜିଲ୍ଳାର ଯେଉଁ ସବୁ ବିଦ୍ୟୁତ୍ କରଣ କାର୍ଯ୍ୟ ଚାଲିଛି ସେହି ବିଷୟଗୁଡିକରେ ଉପସ୍ଥାପନା କରାଯାଇଛି ବୋଲି ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଥିଲେ । ୧୮୪ଟି ଗ୍ରାମଗୁଡିକରେ ଚାଲିଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବୈଠକରେ ମନ୍ତ୍ରୀ ଶ୍ରୀ ସାରକା ନିର୍ଦ୍ଦେଶ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.