ରାୟଗଡା ଡିଏମଫ ଟ୍ରଷ୍ଟ ବୋର୍ଡ’ର ଅଷ୍ଟମ ବୈଠକ

ଖର୍ଚ୍ଚ ହୋଇ ପାରୁନାହିଁ ଡିଏମଏଫ ଟଙ୍କା; ଉଦବେଗ ପ୍ରକାଶ କଲେ ସାଂସଦ, ବିଧାୟକ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଖଣିଜ ସଂପଦରେ ଭରା ରାୟଗଡା ଜିଲ୍ଳାକୁ ମିଳୁଥିବା ଜିଲ୍ଳା ଖଣିଜ ପାଣ୍ଠି ଅନୁଦାନ ଟଙ୍କା ଖର୍ଚ୍ଚ ହୋଇ ପାରୁ ନ ଥିବା ବେଳେ ଖଣି ପ୍ରଭାବିତ ଅଂଚଳରେ ଥିବା ମୈାଳିକ ସମସ୍ୟାର ସମାଧାନ ତଥା ବିକାଶକୁ ଗୁୁରୁତ୍ୱ ଦିଆ ନ ଯାଇ ଅଣ ପ୍ରଭାବିତ ଅଂଚଳରେ ଏହାର ବହୁଳ ଖର୍ଚ୍ଚ କରାଯାଉଥିବା ବିଷୟକୁ ନେଇ ଆଜି ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ ବସିଥିବା ରାୟଗଡା ଡିଏଏମଫ ଟ୍ରଷ୍ଟ ବୋର୍ଡ’ର ଅଷ୍ଟମତମ ବୈଠକରେ ଉଦବେଗ ପ୍ରକାଶ କରିଛନ୍ତି କୋରାପୁଟ ଲୋକସଭା ସାଂସଦ ଏବଂ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି । ଉଭୟ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଜିଲ୍ଳା ପ୍ରଶାସନ ପକ୍ଷରୁ ଖଣି ପ୍ରଭାବିତ ଅଂଚଳରେ ଡିଏମଏଫ ଫଣ୍ଡ ଖର୍ଚ୍ଚ ବାବଦର ତଥ୍ୟ ତଥା ସୂଚନା ଠିକ୍ ଭାବେ ପ୍ରଦାନ କରାଯାଉ ନ ଥିବା ବେଳେ ଗତ ୨୦୨୧-୨୨ ବର୍ଷରେ ଖର୍ଚ୍ଚ ନ ହୋଇ ରହିଥିବା ପ୍ରକଳ୍ପ କାର୍ଯର୍୍ୟ ଆରମ୍ଭ ନ ହୋଇଥିବା ୩୦କୋଟି ଟଙ୍କାକୁ ଫେରାଇ ଆଣି ଚଳିତ ୨୦୨୩-୨୪ଆର୍ଥିକ ବର୍ଷରେ ନୂଆ ପ୍ରକଳ୍ପ ଗ୍ରହଣ କରିବା ନିମନ୍ତେ ଏକ ସଂକଳ୍ପ ପାରିତ ହୋଇଥିଲା । ଡିଏମଏଫ ଫଣ୍ଡର ୩୦ କୋଟି ଟଙ୍କା ଖର୍ଚ୍ଚ ନ ହୋଇ ବଳକା ରହିଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ରାୟଗଡା ଜିଲ୍ଳାପାଳ ତଥା ଡିଏମଏଫ ଟ୍ରଷ୍ଟ ବୋର୍ଡ’ର ଅଧ୍ୟକ୍ଷା ସ୍ୱଧାଦେବ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା,ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଟ୍ରଷ୍ଟି ସଭ୍ୟସଭ୍ୟାଙ୍କ ସମେତ ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରା, ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ, ସିଡିଏମଓ ଡାକ୍ତର ଲାଲମୋହନ ରାଉତରାଏ, ଜିଲ୍ଳା ପରିଷଦ ଫାଇନାନ୍ସ ଅଧିକାରୀ ରଶ୍ମିରଂଜନ ପରିଡା, ଜିଲ୍ଳା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ମିଶନ ନିର୍ବାହୀ ଅଧିକାରୀ ଚିତରଂଜନ ଜେନା,ଜିଲ୍ଳା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି,ଜିଲ୍ଳା ଯୋଜନା ଅଧିକାରୀଙ୍କ ସମେତ ଖଣି ପ୍ରଭାବିତ କୁଚେଇପଦର ଗ୍ରାମ ପଂଚାୟତ ସରପଂଚ ବଙ୍ଗାରି ଦିଶାରୀ, ପୋଡାପାଡି ପଂଚାୟତ ସରପଂଚ ନୀଳାବତି ମାଣ୍ଡାଙ୍ଗି, ଚନ୍ଦ୍ରଗିିରି ପଂଚାୟତ ସରପଂଚ ଚୁଆଦେଇ ମାଝି ଓ ଡେପୁଟି ଡାଇରେକ୍ଟର ମାଇନ୍ସ କୋରାପୁଟ ସେକ୍ସନ, ବିଧାୟକ ପ୍ରତିନିଧି ଦେବଗିରି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବୈଠକ ଆରମ୍ଭରେ ହିଁ କୋରାପୁଟ ଲୋକସଭା ସାଂସଦ ଟ୍ରଷ୍ଟ ବୋର୍ଡ ତରଫରୁ ଦିଆଯାଇଥିବା ତଥ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ସାଂସଦ ଶ୍ରୀ ଉଲାକା ଏବଂ ରାୟଗଡା ବିଧାୟକ ଶ୍ରୀ ମୁଦୁଲି ଦେଇଥିବା ପ୍ରକଳ୍ପକୁ ସ୍ଥାନ ଦିଆଯାଇ ନ ଥିବା ବେଳେ ବିଷମକଟକ ବିଧାୟକ ତଥା ଆଦିବାସୀ କଲ୍ୟାଣ ମନ୍ତ୍ରୀ ଏବଂ ଗୁଣପୁର ବିଧାୟକ ସମେତ ବ୍ଳକ ବିଡିଓମାନଙ୍କ ପ୍ରକଳ୍ପଗୁଡିକକୁ ସ୍ଥାନ ଦିଆଯାଇଛି ବୋଲି ଶ୍ରୀ ଉଲାକା ଅଭିଯୋଗ କରିଛନ୍ତି । ଖଣି ପ୍ରଭାବିତ ଅଂଚଳରେ ଅନୁଦାନର ୬୦ପ୍ରତିଶତ ଅର୍ଥ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଆଦି ସମସ୍ୟାର ସମାଧାନ ନିମନ୍ତେ ଖର୍ଚ୍ଚ କରାଯିବା ପାଇଁ ସରକାରୀ ନିୟମ ରହିଥିବା ବେଳେ ଡିଏମଏଫ ଅନୁଦାନ ଖର୍ଚ୍ଚ ହେଇ ପାରୁ ନ ଥିବାରୁ ବୈଠକରେ ଯେୁଉଁ ସବୁ ପ୍ରକଳ୍ପ ଆରମ୍ଭ ହୋଇ ନାହିଁ ତାହାକୁ ରଦ୍ଧ କରି ପୁଣି ନୂଆ ପ୍ରକଳ୍ପଗୁଡିକୁ ସ୍ଥାନ ଦିଆଯିବାକୁ ସାଂସଦ ଶ୍ରୀ ଉଲାକା ଆଲୋଚନା କରିବା ପରେ ଜିଲ୍ଳାପାଳ ମାନିବା ସହ ନୂଆ ପ୍ରକଳ୍ପର ପ୍ରସ୍ତାବ ପାଇଁ ପୁଣି ଥରେ ଆଉ ଗୋଟିଏ ବୈଠକ କରାଯିବ ବୋଲି ସାଂସଦ ଶ୍ରୀ ଉଲାକା କହିଛନ୍ତି । କାଶିପୁର ବ୍ଳକର ପ୍ରତ୍ୟେକ୍ଷ ଖଣି ପ୍ରଭାବିତ ଅଂଚଳରେ ଡିଏମଏଫ ଅନୁଦାନ ରାଶି ଖର୍ଚ୍ଚ ହେଉ ନ ଥିବା ତଥା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଉ ନ ଥିବାରୁ ବିଧାୟକ ଶ୍ରୀ ମୁଦୁଲି ମଧ୍ୟ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ବୈଠକରେ ଜିଲ୍ଳାପାଳ ପୁଣି ଥରେ ନୂଆ ପ୍ରକଳ୍ପ ପାଇଁ ତାଲିକା ପ୍ରଦାନ ପାଇଁ ଉଭୟ ବିଧାୟକ ଓ ସାଂସଦକୁ ଜିଲ୍ଳାପାଳ ଅନୁରୋଧ କରିଥିଲେ । ଆଗାମୀ ଦିନରେ ପ୍ରାପ୍ତ ହେଉଥିବା ଡିଏମଏଫ ଫଣ୍ଡକୁ ସଠିକ୍ ମାର୍ଗରେ ବିନିଯୋଗ କରିବା ପାଇଁ ଜିଲ୍ଳାପାଳ ତଥା ଟ୍ରଷ୍ଟ ଅଧ୍ୟକ୍ଷାଙ୍କୁ ଉଭୟ ସାଂସଦ ଓ ବିଧାୟକ ଅବଗତ କରାଇଥିଲେ । ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ରେ ଜିଲ୍ଳା ଖଣିଜ ପାଣ୍ଠିରେ ୪୬,୬୧,୪୬,୩୯୦କୋଟି ଟଙ୍କା ଗଚ୍ଛିତ ରହିଥିବା ବୈଠକରେ ଉପସ୍ଥାପନା କରାଯାଇଥିବା ବେଳେ କାର୍ଯ୍ୟ ଆରମ୍ଭ ହୋଇ ନ ଥିବା ପାଖାପାଖି ୧୦ରୁ ୧୫କୋଟି ଟଙ୍କାର ପ୍ରକଳ୍ପକୁ ରଦ୍ଧ କରିବା ପାଇଁ ଉଭୟ ସାଂସଦ ଓ ବିଧାୟକ ବୈଠକରେ ପ୍ରକାଶ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.