କିନ୍ନର ମାନଙ୍କ ସମାଜରେ ସମ୍ମାନର ସହିତ ବଞ୍ଚିବାର ଅଧିକାର ରହିଛି -ବଳରାମ ସିଂ ଯାଦବ

ସେବାକାରୀ କିନ୍ନର ସଂଘ ପକ୍ଷରୁ ନର୍ଲାରୋଡରେ ବହୁଚରା ମାତାଙ୍କ ୧୬ ପୂଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସେବାକାରୀ କିନ୍ନର ସଂଘ ତରଫରୁ ଗତ ୧୬/୪ ରୁ ଆରମ୍ଭ ହୋଇଛି ବହୁଚରା ମାତାଙ୍କ ୧୬ ପୂଜା । ଏନେଇ ଗତ ୧୬/୪ ରେ ତୁଳା ଗାଁ ପୁଷ୍କରିଣୀରୁ ସନ୍ଧ୍ୟା ୭ ଘଣ୍ଟା ସମୟରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ୧୬ ରାତିରୁ ପୂଜା ଆରମ୍ଭ ହୋଇଥିବା ବେଳେ ଆଜି ମଙ୍ଗଳବାର ଏନେଇ ମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେହ ସନ୍ଧ୍ୟାରେ ମନୋରଞ୍ଜନର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ନର୍ଲା ସେବାକାରୀ କିନ୍ନର ସଂଘର ସଭାପତି କାମିନୀ କିନ୍ନରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା ଯାଦବ ମହାସଂଘର ସଭାପତି ବଳରାମ ସିଂ ଯାଦବ ଯୋଗଦାନ କରି କିନ୍ନରଙ୍କ ସମାଜରେ ସମ୍ମାନର ସହିତ ବଞ୍ଚିବାର ଅଧିକାର ରହିଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରଥମେ ଅତିଥିବୃନ୍ଦ ବହୁଚରା ମାତାଙ୍କ ପୂଜା ପରେ ମଞ୍ଚସୀନ ହୋଇଥିଲେ । ସଭାପତି କାମିନୀ ସ୍ୱଗାତ ଭାଷଣ ସହିତ ପରିଚୟ ପ୍ରଦାନ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବରେ ସର୍ଗିଗୁଡା ସରପଞ୍ଚ ଦୀପଞ୍ଜଳୀ ବୁଦ୍ଧିଆ, ନର୍ଲା ମେଡ଼ିକାଲର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ ଅକ୍ଷୟ କୁମାର ଗୋଛାୟତ, ଡ଼ ପୁଷ୍ପା ଚନ୍ଦ୍ରାକର, ଡ଼ କୁନାଳ ସାହୁ, କବି ମଧୁସୂଦନ ରାଉତ, ବିଜେଡି ଜିଲ୍ଲା ଉପସଭାପତି ସମିତା ନାୟକ, ସୁକୁନ ଚାରିଟେବୁଲ ଟ୍ରଷ୍ଟର ପରିଚାଳିକା ନିକି ପରଭିନ, ସମ୍ବଲପୁର କିନ୍ନର ସଂଘର ସଭାପତି ବିନ୍ଦିଆ କିନ୍ନର, ମଧୁ ନାଏକ ପ୍ରମୁଖ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ଭବାନୀପଟଣାର ଆଇନଜୀବୀ ଭାରତ ଭୂଷଣ ପଣ୍ଡା ଯୋଗଦେଇ କିନ୍ନର ମାନଙ୍କ ହକ ଓ ସରକାରଙ୍କ ଦାଇତ୍ୱ ବିଷୟରେ ବକ୍ତବ୍ୟ ରଖିଥିଲେ । ସମ୍ମାନୀତ ଅତିଥି ମଧୁସୂଦନ ରାଉତ କିନ୍ନର ମାନଙ୍କ ସମାଜ ରେ ସେମାନଙ୍କ ଚାଲିଚଳନ ଓ ଜୀବନ ଶୈଳୀ ଉପରେ ଭାଗବତ ଛନ୍ଦରେ କବିତା ଆବୃତି କରିଥିଲେ ।

Udyog Nursery
Udyogi Nursery

ଇତ୍ୟବସରରେ କରୋନା ଯୋଦ୍ଧା ଭାବରେ ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ ଗୋଛାୟତ, ଡ଼କୁନାଳ ସାହୁ, ଡ ଚନ୍ଦ୍ରାକର, କିନ୍ନରଙ୍କ ପାଇଁ ଆଇନଗତ ଲଢେଇ କରୁଥିବା ଭବାନୀପଟଣାର ଭାରତ ଭୂଷଣ ପଣ୍ଡା, ରକ୍ତଦାତା ମିଳନ ଭୋଇ, ହେମସଗାର ସାହୁଙ୍କ ସମେତ ୧୫ ଜଣ ଅଞ୍ଚଳର ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ସମେତ ଜିଲ୍ଲା ବାହାରୁ ୨୦ ଗୋଟି ଅନୁଷ୍ଠାନକୁ ପୁଷ୍ପଗୁଚ୍ଛ, ଉପଢଉକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ନର୍ଲା ସେବାକାରୀ କିନ୍ନର ସଂଘ ଗତ ୭ ବର୍ଷ ଧରି ନର୍ଲାରେ ସମାଜ ସେବା କରି ଜନପ୍ରିୟ ହୋଇପାରି ଥିବାରୁ ଅବସରପ୍ରାପ୍ତ ଶିକ୍ଷକ କବି ମଧୁସୂଦନ ରାଉତ ସେବାକାରୀ କିନ୍ନର ସଂଘର ସଭାପତି କାମିନୀ କିନ୍ନରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସାମ୍ବାଦିକ ଲିଙ୍ଗରାଜ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ଶେଷରେ କବି ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତା କାଲି ବୁଧବାର ବହୁଚାରା ମାତାଙ୍କ ଭଷାଣି ଉତ୍ସଵ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.