ସ୍ତ୍ରୀଙ୍କ ଅପରେସନ୍ ପାଇଁ ଉପାୟଶୂନ୍ୟ ୬୩ ବର୍ଷିୟ ଗୋପାଳ: ଓଡିଶା ରାସନ କାର୍ଡ ତାଲିକାରୁ ବାଦ ହେବା ପାଇଁ କଲେ ଆବେଦନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ସ୍ତ୍ରୀଙ୍କ ଅପରେସନ୍ ନିମନ୍ତେ ଆବଶ୍ୟକ ୫ ଲକ୍ଷ ଟଙ୍କା । ତେବେ ଓଡିଶା ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ପାଇଥିଲେ ମଧ୍ୟ ଆନ୍ଧ୍ର ପ୍ରଦେଶର କାକିନାଡାର ଡ.ପାଣ୍ଡୁରାଙ୍ଗା ରାଓ ଘରୋଇ ହସ୍ପିଟାଲରେ ଏହା କାମରେ ଆସିଲା ନାହିଁ । ଯାହାକୁ ନେଇ ଚିନ୍ତାରେ ରହିଛନ୍ତି ରାୟଗଡା ଜିଲ୍ଳା ସଦର ବ୍ଳକ କୋତାପେଟା ଗ୍ରାମ ପଂଚାୟତ ଅନ୍ତର୍ଗତ ବୀରନାରାୟଣପୁର ଗ୍ରାମର ୬୩ ବର୍ଷିୟ ଗରୀବ ଚାଷୀ ଭେଲେଙ୍କି ଭେଙ୍କେଟି ନରସିଂଙ୍ଗ ଗୋପାଳ ରାଓ । ୬ ମାସ ଧରି ପେଟ ରୋଗରେ ଛଟପଟ ହୋଇ ଶଯ୍ୟାସାୟୀ ହୋଇ ରହିଛନ୍ତି ଗୋପାଳଙ୍କ ସ୍ତ୍ରୀ ରମାଦେବୀ । ଗୋପାଳଙ୍କ କେହି ପୁଅ ନ ଥିବା ବେଳେ ଝିଅକୁ ଆନ୍ଧ୍ର ପ୍ରଦେଶର କାକିନାଡା ଜିଲ୍ଳା ପିଠାପୁରମ୍ ମଣ୍ଡଳମ ଅନ୍ତର୍ଗତ ଏଫକେପାଲମ୍ ଗ୍ରାମରେ ବାହାଘର କରାଇଛନ୍ତି । ବର୍ତମାନ ସାନ ଝିଅ ଘରେ ରହି ଶଯ୍ୟାସାୟୀ ହୋଇଥିବା ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା ଚାଲିଥିବା ବେଳେ ପେଟରେ ଅପରେସନ୍ କରାଯିବା ପାଇଁ ଅର୍ଥ ବାଧକ ସାଜିଛି । ଓଡିଶାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳିଥିବା ସ୍ୱାସ୍ଥ୍ୟ କାର୍ଡଟି ସେଠାରେ କାମରେ ନ ଆସିବାରୁ ଆନ୍ଧ୍ର ସରକାରଙ୍କ ରାସନ କାର୍ଡ ଥିଲେ ସେ ୫ଲକ୍ଷ ଟଙ୍କାରେ ମାଗଣାରେ ଅପରେସନ୍ କରାଇପାରିବେ ବୋଲି ଚିକିତ୍ସା କରୁଥିବା ଡାକ୍ତର କେ.ସମ୍ପତ କୁମାର ଏ ନେଇ ଗୋପାଳଙ୍କୁ ପରାମର୍ଶ ଦେଇଛନ୍ତି । ଯାହାକୁ ନେଇ ଓଡିଶାରେ ଥିବା ରାସନ କାର୍ଡ ତାଲିକାରୁ ନିଜ ନାମକୁ ବାଦ ଦେବା ପାଇଁ ରାୟଗଡା ସଦର ବ୍ଳକ କାର୍ଯ୍ୟାଳୟରେ ଥିବା ଖାଦ୍ୟ ଯୋଗାଣ ସେକ୍ସନ କାର୍ଯ୍ୟାଳୟରେ ନିଜ ରାସନ କାର୍ଡ ଫେରାଇବା ସହ ଆଜି ଗୋପାଳ ଆବେଦନ କରିଛନ୍ତି । ଗୋପାଳ ହେଲେ ଜଣେ ଚାଷୀ । ସେ ବୀରନାରାୟଣପୁର ଗ୍ରାମରେ ଥିବା ନିଜର ୩ଏକର ଜମିରେ ଫସଲ ଅମଳ କରି ନିଜ ସ୍ତ୍ରୀ ସହ ଦୁଇଟି ଝିଅକୁ ଭରଣପୋଷଣ କରି ଆସୁଥିଲେ । ଝିଅମାନଙ୍କୁ ବାହା ଦେବା ପରେ ସେ ଓ ତାଙ୍କ ସ୍ତ୍ରୀ ଦୁହେଁ ମିଶି ଗାଁରେ ରହୁଥିଲେ । ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଯୋଗ୍ୟ ହିତାଧିକାରୀ ଭାବେ ମିଳିଥିବା ରାସନ କାର୍ଡ ସଂଖ୍ୟା : ୨୭୧୧୧୭୧୧୦୩୬ରେ ମିଳୁଥିବା ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ସେ ପାଇ ଆସୁଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅର୍ନ୍ତଭୁକ୍ତ ହୋଇ ସ୍ୱାସ୍ଥ୍ର‌୍ୟ କାର୍ଡ ଖଣ୍ଡିକ ମଧ୍ୟ ପାଇଥିଲେ । ସ୍ତ୍ରୀ ଓ ସ୍ୱାମୀ ଦୁହେଁ ସୁଖଦୁଃଖରେ ଦିନ କାଟୁଥିବା ବେଳେ ଗତ ୬ମାସ ତଳେ ତାଙ୍କ ସ୍ତ୍ରୀ ରମାଦେବୀଙ୍କ ପାଟିରୁ ରକ୍ତ ପଡିବା ପରେ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ସେ ପରୀକ୍ଷା କରାଇଥିଲେ । ସ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ଖରାପ ହେବା ସହ ତାଙ୍କ ସେବା କରିବା ପାଇଁ ଘରେ ଆଉ କେହି ସଦସ୍ୟ ନ ଥିବାରୁ ଗୋପାଳ ନିଜ ସ୍ତ୍ରୀଙ୍କୁ ନେଇ ଦୁଇ ଝିଅଙ୍କ ପାଖକୁ ଯାଇ କାକିନାଡାରେ ଚିକିିତ୍ସା କରାଇଥିଲେ । ସେଠାରେ ଚିକିତ୍ସା ପରେ ଡାକ୍ତର ଅପରେସନ୍ କରିବା ପାଇଁ ପାଖାପାଖି ୫ ଲକ୍ଷ ଟଙ୍କା ପଯ୍ୟନ୍ତ ଖର୍ଚ୍ଚ ଆସିପାରେ ବୋଲି କହିଥିବା ବେଳେ ଗୋପାଳ ସାଥିରେ ନେଇ ଯାଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବ୍ୟବହାର ପାଇଁ କହିଥିଲେ । ତେବେ ଓଡିଶାର ଏହି ସ୍ୱାସ୍ଥ୍ୟ କାର୍ଡରେ ସଂପୃକ୍ତ ଘରୋଇ ହସ୍ପିଟାଲଟି ଅର୍ନ୍ତଭୁକ୍ତ ହୋଇ ନ ଥିବାରୁ କାମରେ ଆସିବ ନାହିଁ ବୋଲି ହସ୍ପିଟାଲ କର୍ତୁପକ୍ଷ କହିବା ପରେ ଗୋପାଳ ଉପାୟ ଶୂନ୍ୟ ହୋଇଯାଇଥିଲେ । ନିଜ ସାମର୍ଥ ବଳରେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସେ ଯୋଗାଡ କରିବାରେ ସାମର୍ଥ ହୋଇପାରିବି ବୋଲି କହିଛନ୍ତି ଗୋପାଳ । ତେବେ ଗୋଟିଏ ଦେଶ ଗୋଟିଏ ରାସନ୍ କାର୍ଡ ନିୟମ ପ୍ରକାରେ ଗୋପାଳ ଓ ତାଙ୍କ ସ୍ତ୍ରୀଙ୍କ ନାମ ଓଡିଶାରୁ ପାଇଥିବା ରାସନ କାର୍ଡ ତାଲିକାରୁ ବାଦ ହେବା ପରେ ହିଁ ଆନ୍ଧ୍ରରେ ଗୋପାଳ ନିଜ ନାମ ସଂଯୋଗ କରିପାରିବେ । ଅପରପକ୍ଷେ ଓଡିଶାର ବିଏସକେୱାଇ କାର୍ଡରେ ହିତାଧିକାରୀ ଚିକିତ୍ସା ସେବା କ୍ଷେତ୍ରରେ ଉପକୃତ ହେବା ଭଳି ଆନ୍ଧ୍ର ସରକାରଙ୍କ ଯୋଜନାରେ ମଧ୍ୟ ପ୍ରଦେଶବାସୀ ରାସନ କାର୍ଡ ମାଧ୍ୟମରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସେବା ପାଇବାର ବ୍ୟବସ୍ଥା ରହିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଯୋଜନାରେ ଅର୍ନ୍ତଭୁକ୍ତ ଓଡିଶା ତଥା ଆନ୍ଧ୍ରର ଅନ୍ୟ ଯେ କୈାଣସି ହସ୍ପିଟାଲରେ ନିଜ ସ୍ତ୍ରୀଙ୍କ ଚିକିତ୍ସା ତଥା ରାୟଗଡା ଜିଲ୍ଳା ପ୍ରଶାସନ ଠାରୁ ମଧ୍ୟ ଆର୍ଥିକ ସାହାର୍ଯ୍ୟ ପାଇଁ ନିବେଦନ କରିବାରେ ସକ୍ଷମ ଥିବା ଗୋପାଳଙ୍କ ବୀରନାରାୟଣପୁର ଗାଁ ଘରେ ତାଙ୍କର ଆଉ କେହି ସଦସ୍ୟ ନ ଥିବାରୁ ବାଧ୍ୟ ହୋଇ ଆନ୍ଧ୍ରରେ ଥିବା ନିଜ ଝିଅଜ୍ୱାଇଁଙ୍କ ଘରେ ରହି ସ୍ତ୍ରୀ ରମାଦେବୀଙ୍କ ଚିକିତ୍ସା ସେବା କରିବି ବୋଲି କହିଛନ୍ତି ଗୋପାଳ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.