ଏମିତି ବି ଆସେ ମୃତ୍ୟୁ : ୪ ଦିନର ଶିଶୁକନ୍ୟାକୁ ଛାଡି ସଡ଼କ ଦୁର୍ଘଟଣାରେ ଆଖି ବୁଜିଲା ଜନ୍ମଦାତ୍ରୀ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନାରାୟଣୀ ଛକ ନିକଟରେ ଏକ ଡିଜାଇର କାରକୁ ପଛପଟୁ ଏକ କୋଇଲା ଗୁଣ୍ଡ ବୋଝେଇ ଟ୍ରକ ଧକ୍କା ଦେବା ଫଳରେ କାରରେ ବସିଥିବା ଏକ ପ୍ରସୂତି ମହିଳାଙ୍କ ମୃତୁ ଘଟି ଥିବା ବେଳେ ଗୋଟିଏ ୪ ଦିନର ଶିଶୁ କନ୍ୟା ସମେତ ୪ ଜଣ ଅଳ୍ପକେ ରକ୍ଷା ପାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାଇ ଗତ ଚାରି ଦିନ ତଳେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ପଂଚାୟତର ମରଇ ନୂଆଗାଁ ଗ୍ରାମର ପ୍ରଭାକର ଶବରଙ୍କ ପତ୍ନୀ ପ୍ରେମ ଜ୍ୟୋତି ଶବରଙ୍କ ଗର୍ଭବେଦନା ହେବାରୁ ସେ ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡେଲିଭେରି ପାଇଁ ଆସିଥିଲା l ଡାକ୍ତର ପ୍ରଥମ ଗର୍ଭ କାରଣରୁ ଏମକେସିଜିକୁ ପଠାଇଥିଲେ l ତେବେ ସେମାନେ ଏମକେସିଜି ନଯାଇ ଖୋର୍ଦ୍ଧା ଜିଲ୍ଲା କୁହୁଡିର ଏକ ଘରୋଇ ଡାକ୍ତରଖାନା ନେଇ ଡେଲିଭେରି ହେବା ପରେ ମଙ୍ଗଳବାର ଦିନ ଏକ ଡ଼ିଜାଇର କାର ଓଡି୦୭ଜେଡ୧୬୬୨ ଯୋଗେ ନିଜ ଗ୍ରାମ ମରଇ ନୂଆଗାଁକୁ ଫେରିବା ବେଳେ ଚିଲିକା ଢ଼ାବାରେ ଖାଇ ଥିଲେ l ଗ୍ରାମକୁ ଯିବା ବାଟରେ ପଛପଟୁ ଯାଜପୁର ଠାରୁ ଏକ କୋଇଲା ବୋଝେଇ ଟ୍ରକ ଡବ୍ଲୁବି୨୯ପି୬୨୮୯ ଧକ୍କା ଦେବା ଫଳରେ ଗାଡ଼ିରେ ରେ ବସିଥିବା ପ୍ରସୂତି ମହିଳାଙ୍କ ଶାଶୁ ସୁଭଦ୍ରା ଶବରଙ୍କ ସମେତ ପ୍ରେମଜ୍ୟୋତି ଶବର ଆହତ ହୋଇଥିଲେ l ତେବେ ଆହତ ପ୍ରେମଜ୍ୟୋତିଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତି କଲାପରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ l ଯା ଫଳରେ ୪ ଦିନର ଶିଶୁ କନ୍ୟାକୁ ଛାଡି ଜନ୍ମଦାତ୍ରୀ ଆକ୍ଷି ବୁଜି ପରପାରିକୁ ଚାଲିଯିବା ଫଳରେ ସାଧାରଣ ଗଭୀର ସମବେଦନା ପ୍ରକାଶ ପାଇଛି l ପୋଲିସ ଉଭୟ ଗାଡିକୁ ଜବତ କରି ତଦନ୍ତ ଚଳାଇ ଥିବା ବେଳେ ଥାନା ପରିସରରେ କୋଇଲା ଗାଡିରେ ନିଆଁ ଲାଗିଯିବ ଯୋଗୁ ଅଗ୍ନି ସମ ସେବା ବାହିନୀ ନିଆଁ ଲିଭାଇଥିବା ପ୍ରକାଶ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.