ଛାଡପତ୍ର ପରେ ବିବାହ ଡ଼୍ରେସ ପୋଡିଦେଲେ ମହିଳା, ଖୁସିରେ ଫଟୋସୁଟ କଲେ

ଓଡ଼ିଆ ବାର୍ତ୍ତା/  ନ୍ୟୁୟର୍କ: ବିବାହକୁ ନେଇ ଯେତିକି ଖୁସି ହୁଅନ୍ତି ଛାଡ଼ପତ୍ର ପରେ ମଧ୍ୟ ସେତିକି ଦୁଃଖ କରିଥାନ୍ତି ଲୋକେ । ତେବେ ଆମେରିକାରେ ରହୁଥିବା ଜଣେ ମହିଳା ଛାଡ଼ପତ୍ର ପରେ ଦୁଃଖ କରିବା ପରିବର୍ତ୍ତେ ନିଜ ବିବାହ ଡ଼୍ରେସକୁ ନିଆଁରେ ପୋଡ଼ି ଦେଇଛନ୍ତି । କେବଳ ସେତିକି ନୁହେଁ ଖୁସିରେ ଫଟୋସୁଟ୍ ମଧ୍ୟ କରିଛନ୍ତି । ଆମେରିକାର ଉତ୍ତର କାରୋଲିନାରେ ରୁହନ୍ତି ୩୧ ବର୍ଷିୀୟା ଲରେନ୍ ବ୍ରୁକ୍ । ସେ ୨୦୧୨ ମସିହା ଅକ୍ଟୋବରରେ ବିବାହ କରିଥିଲେ । ବିବାହ ପରେ ଉଭୟ ସ୍ୱାମୀ ସ୍ତ୍ରୀ ବହୁତ ଖୁସିରେ ଥିଲେ । ତାଙ୍କର ଦୁଇ ସନ୍ତାନ ମଧ୍ୟ ଅଛନ୍ତି । ହେଲେ କୌଣସି କାରଣକୁ ନେଇ ବିବାହର ପ୍ରାୟ ୧୦ ବର୍ଷ ପରେ ଉଭୟ ସ୍ୱାମୀସ୍ତ୍ରୀ ଅଲଗା ହେବାକୁ ନିଷ୍ପତ୍ତି ନେଲେ । ଶେଷରେ ଛାଡପତ୍ର ବି ହେଲା । ସବୁଠୁ ବଡ଼ କଥା ହେଲା, ଲରେନ୍ ନିଜର ଛାଡ଼ପତ୍ରକୁ ନେଇ ସେ ଟିକେ ବି ଦୁଃଖ କଲେ ନାହିଁ । ବିବାହ ସମୟରେ ପିନ୍ଧିଥିବା ଡ଼୍ରେସରେ ନିଆଁ ଲଗାଇ ପୋଡ଼ିଦେଲେ । ଛାଡ଼ପତ୍ରକୁ ନେଇଏତେ ଖୁସିହେଲେ ଯେ, ଭଳିକି ଭଳି ଡ଼୍ରେସ ପିନ୍ଧି ଭିନ୍ନ ଭିନ୍ନ ପୋଜରେ ଫଟୋ ସୁଟ୍ କଲେ । ଫଟୋସୁଟ୍ ସମୟରେ ସେ ବହୁତ ଖୁସି ଥିବା ନଜର ଆସିଛନ୍ତି । ଏନେଇ ଲରେନ୍ କୁହନ୍ତି, ଛାଡପତ୍ର ହେବା ବହୁତ ଖରାପ କଥା । ଏହା ବହୁତ ଯନ୍ତ୍ରଣାଦାୟକ ଏବଂ କଷ୍ଟକର । କିନ୍ତୁ ଏହା ସ୍ୱାଧୀନତା । ତାଙ୍କର ଦୁଇ ପିଲା ବାପାଙ୍କ ପାଖରେ ରହିବେ । ତେଣୁ ତାଙ୍କର କଷ୍ଟ ଟିକିଏ ହ୍ରାସ ପାଇଛି ବୋଲି କହିଛନ୍ତି । ଲରେନ୍ ଯେ କେବଳ ଏମିତି କରିଛନ୍ତି ତାହା ନୁହେଁ । ତାଙ୍କ ପୂର୍ବରୁ, ଜଣେ ଯୁବକ ଛାଡପତ୍ର ପରେ କାରରେ ଜଷ୍ଟ୍ ଡିଭୋର୍ଡ୍ ଟ୍ୟାଗ୍ ମାରି ବୁଲୁଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.