ଏସଇବିସିର ଦ୍ବିତୀୟ ପର୍ଯ୍ୟାୟ ତାଲିମ ଅନୁଷ୍ଠିତ

ତାଲିମ କେନ୍ଦ୍ର ଗୁଡ଼ିକୁ ବୁଲି ଦେଖିଲେ ରାଜ୍ୟ ପର୍ଯ୍ୟବେକ୍ଷକ

ସର୍ଭେ ଫର୍ମ ପୂରଣ ନିମନ୍ତେ ଇନେମୁରେଟରଙ୍କ ଏକକ ଅଭିନୟ ମାଧ୍ୟମରେ ଅଭ୍ୟାସ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ରାୟଗଡ଼ା ଜିଲ୍ଲାରେ ପଛୁଆ ବର୍ଗର ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସମ୍ପର୍କିତ ସର୍ଭେ ନିମନ୍ତେ ଦ୍ଵିତୀୟ ପର୍ଯ୍ୟାୟ ତାଲିମ ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ଅନୁଷ୍ଠିତ ହୋଇଯାଇଅଛି । ରାୟଗଡ଼ା ବ୍ଲକରେ ଅଧିକ ସଂଖ୍ୟକ ତାଲିମାର୍ଥି ଯୋଗୁଁ ଏପ୍ରିଲ ୨୧ ଓ ୨୪ ତାରିଖ ଦୁଇଦିନ ଏହି ତାଲିମ ନିମନ୍ତେ କାର୍ଯ୍ୟକ୍ରମ କରାଯାଇଅଛି । ବିଡିଓ ଲକ୍ଷ୍ମୀନାରାୟଣ ସାବତ, ଏବିଡିଓ କାଳୁ ଚରଣ ନାୟକ, ଜିପିଇଓ ତାଲିମ ପ୍ରଦାନ କରିଥିଲେ । ଫର୍ମ ପୂରଣ କୌଶଳ ଶିକ୍ଷା ସହ ଏକକ ଅଭିନୟ ମାଧ୍ୟମରେ ଅଭ୍ୟାସ କରାଯାଇଥିଲା । ରାଜ୍ୟ ସରକାରଙ୍କ ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବିରେନ୍ଦ୍ର କରକରା ଶୁକ୍ରବାର ଦିନ ରାୟଗଡ଼ା ସଦର ମହକୁମାରେ ପହଞ୍ଚି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ଓ ଅନ୍ୟ କର୍ମଚାରୀଙ୍କ ସହ ସର୍ଭେ ସମ୍ପର୍କିତ କାର୍ଯ୍ୟର ଅଗ୍ରଗତି ବିଷୟରେ ସମୀକ୍ଷା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସକାଳ ୧୦ଘଟିକା ସମୟରେ ରାୟଗଡ଼ା ବ୍ଲକ ସଦଭାବନା ଗୃହରେ ଅନୁଷ୍ଠିତ ଦ୍ଵିତୀୟ ପର୍ଯ୍ୟାୟ ତାଲିକାରେ ଯୋଗ ଦେଇ ତାଲିମାମାର୍ଥିଙ୍କୁ ସର୍ଭେ ସମ୍ପର୍କିତ ସମସ୍ୟାର ଆଶୁ ସମାଧାନ ପ୍ରବାର୍ତ୍ତାଇଥିଲେ । ପରେ କୋଲନରା, ରାମନାଗୁଡ଼ା, ରାୟଗଡ଼ା ଓ ଗୁଣୁପୁର ବ୍ଲକ୍ ଓ ପୌର ପରିଷଦରେ ଅନୁଷ୍ଠିତ ତାଲିମର ଯୋଗ ଦେଇ ଫର୍ମ ପୂରଣ କୌଶଳ, ତାଲିମାର୍ଥିଙ୍କ ସର୍ଭେ ସମ୍ପର୍କିତ ଜ୍ଞାନ ବିଷୟରେ ତଦାରଖ କରିଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାନର ଓ ପୋଷ୍ଟର, ମୁଖ୍ୟତଃ ସ୍ଥାନୀୟ ବସ ଗୁଡିକରେ ପୋଷ୍ଟର ମାଧ୍ୟମରେ ଜନସଚେତନତା କରାଯାଇଥିବା ଦେଖି ଖୁସି ବ୍ୟକ୍ତ କରିଥିଲେ । ଆଗାମୀ ମେ ଏକ ତାରିଖ ରୁ ଆରମ୍ଭ ହେବାକୁ ଥିବା ସର୍ଭେ କେନ୍ଦ୍ର ଗୁଡିକରେ ଆନୁଷଙ୍ଗିକ ବ୍ୟବସ୍ଥା ସହ ଯେପରି ସମସ୍ତ ଯୋଗ୍ୟ ପରିବାର ଫର୍ମ ଦାଖଲ କରିପାରିବେ, ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ବ୍ୟାପକ ପ୍ରଚାର, ପ୍ରସାର ନିମନ୍ତେ ଗଣମାଧ୍ୟମର ସହଯୋଗ କାମନା କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.