ଜୀବନସାଥୀ ଖୋଜିବାକୁ ବିଭିନ୍ନ ଦେଶ ବୁଲୁଛନ୍ତି ଯୁବତୀ, ସଂସ୍କୃତି ଜାଣିବା ସହ ଡ଼େଟିଂ ବି କରୁଛନ୍ତି


ନ୍ୟୁୟର୍କ : ନିଜ ପାଇଁ ଉପଯୁକ୍ତ ସାଥୀ ବାଛିବା ଓ ତାହା ସହ ଜୀବନ ବିତାଇବାକୁ ସମେସ୍ତ ଚାହାଁନ୍ତି । ଆଜିକାଲି ଭଲ ଜୀବନ ସାଥୀଟିଏ ଖୋଜି ପାଇବା ବଡ଼ କଷ୍ଟକର । ଯଦି ଜୀବନସାଥୀ ଖରାପ ପଡ଼ିଲେ ତାହାହେଲେ ଜୀବନ ନଷ୍ଟ ହୋଇଯାଏ । ଏହାକୁ ଧ୍ୟାନରେ ରଖି ଜଣେ ଯୁବତୀ ନିଜ ପାଇଁ ସାଥୀ ବାଛିବାକୁ ଏକ ଅଦ୍ଭୁତ ଉପାୟ ଆପଣାଇଛନ୍ତି । ସେ ସାଥୀ ବାଛିବା ପାଇଁ ବିଭିନ୍ନ ଦେଶ ବୁଲିବା ସହ ସେମାନଙ୍କର ସଂସ୍କୃତି,ପରମ୍ପରା, ଚାଲିଚଳନ ଆଦି ଜାଣିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଏହାସହ ସେହି ପୁରୁଷଙ୍କ ସହ ଡ଼େଟ୍ ମଧ୍ୟ କରୁଛନ୍ତି ।

ନ୍ୟୁୟର୍କର କଲମ୍ବିଆ ୟୁନିଭରସିଟିରୁ ସ୍ନାତକ ହାସଲ କରିଥିବା ୨୭ ବର୍ଷୀୟ ଷ୍ଟାର୍ଲି ସାଣ୍ଟୋସ୍ । ନିଜ ପାଇଁ ଏକ ଭଲ ଜୀବନସାଥୀ ଖୋଜିବାକୁ ସେ ଭିନ୍ନ ଉପାୟ ଆପଣାଇଛନ୍ତି । ସେଥିପାଇଁ ସେ ବିଶ୍ୱର ବିଭିନ୍ନ ଦେଶ ବୁଲୁଛନ୍ତି । ଦୁନିଆର ଦେଶ ଦେଖିବା, ସେମାନଙ୍କର ସଂସ୍କୃତି ବୁଝିବା ସହ ପୁରୁଷମାନଙ୍କୁ ଡେଟିଂ କରୁଛନ୍ତି ।
ଷ୍ଟାର୍ଲି ଅଧିକାଂଶ ଦେଶର ଯୁବକମାନଙ୍କୁ ନିଜର ପ୍ରେମିକ ବନାନ୍ତି । ପରେ ସେମାନଙ୍କୁ ଡେଟିଂ କରନ୍ତି । ଏହିପରି ଭାବେ ସେ ବିଭିନ୍ନ ଦେଶର ଲୋକଙ୍କୁ ଭଲ ଭାବରେ ଜାଣିବାକୁ ଓ ବୁଝିବାକୁ ଚେଷ୍ଟା କରୁଛନ୍ତି । ସେ କେଉଁ ଦେଶରେ ଅଛନ୍ତି ଏବଂ କାହା ସହ ଅଛନ୍ତି ସବୁ ଟିକି ନିକି ସୋସିଆଲ ମିଡିଆରେ ସେୟାର କରନ୍ତି । ଏବେ ସେ କଲମ୍ବିଆ, ଥାଇଲ୍ୟାଣ୍ଡ ଆଦି ଦେଶ ଯାଇ ସେମାନଙ୍କର ସଂସ୍କୃତି,ପରମ୍ପରା,ଖାଦ୍ୟପ୍ରେୟ ଆଦି ଉପରେ ଉପଭୋଗ କରିଥିଲେ । ସେ ଭାରତ ଆସି ମୁମ୍ବାଇରେ ରହିବା ସହ ଆଗ୍ରାସ୍ଥିତ ତାଜମହଲ ବୁଲି ଦେଖିଥିଲେ । ମୁମ୍ବାଇରେ ସପିଂ ବି କରିଥିଲେ । ଏହାର ଫଟୋ ଓ ଭିଡ଼ିଓକୁ ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ ।
ସେ କହିଛନ୍ତି ଯେ, କିଛି ସ୍ଥାନକୁ ଯିବାକୁ ସେ ଭିସା ପାଇ ନଥିଲେ । ସେଥିପାଇଁ ସେ ସବୁ ଜାଗାକୁ ବାତିଲ କରିଦେଇଥିଲେ । ଏମିତି କି କେତେକ ସ୍ଥାନରେ ସେ ଅଜବ ରୀତିନୀତି, ଲୋକଙ୍କ ଖରାପ ଆଚରଣର ମଧ୍ୟ ସାମ୍ନା କରିବାକୁ ପଡ଼ିଛି । ନିଜର ସୁରକ୍ଷା ଦୃଷ୍ଟିରୁ କିଛି ଦେଶକୁ ମଧ୍ୟ ସେ ଯିବାକୁ ଆଗ୍ରହ ଦେଖାଇ ନାହାନ୍ତି ବୋଲି ସୋସିଆଲ ମିଡ଼ିଆରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ।



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.