ଗୋପୀନାଥପୁରଠାରେ ବ୍ଲକସ୍ତରୀୟ କୃଷକ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ):‌‌ ଲାଞ୍ଜିଗଡ଼ ବ୍ଲକ କ୍ରୁଷି ଓ କ୍ରୁଷକ ସଶକ୍ତିକରଣ ବିଭାଗ ତରଫରୁ ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତର ଗୋପୀନାଥପୁରଠାରେ ପବିତ୍ର ଅକ୍ଷୟ ତ୍ରୁତୀୟା ଅବସରରେ କ୍ରୁଷକ ଦିବସ ପାଳନ କରାଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦଙ୍କ ପ୍ରତିନିଧି ଲକ୍ଷ୍ମୀଧର ସନ୍ତୋଷରାୟ,ସମ୍ମାନିତ ଅତିଥି ଭାବେ ଚମ୍ପାଦେଇପୁର ସରପଞ୍ଚ ନରେନ୍ଦ୍ର ମାଝୀ, ପ୍ରାଣୀ ବିଶେଷଜ୍ଞ ଜ୍ୟୋତ୍ସ୍ନାରାଣୀ ସିଂହ, ବରିଷ୍ଠ ଚାଷୀ ନୀଳାଞ୍ଚଳ ପ୍ରଧାନୀ ପ୍ରମୁଖ ଯୋଗ ଦେଇ ଅକ୍ଷୟ ତୃତୀୟାର ମହତ୍ତ୍ୱ ସମ୍ପର୍କରେ ଅବଗତ କରିଥିଲେ। ପାରମ୍ପରିକ ରୀତିରେ କିପରି ଚାଷ କରାଯାଉଥିଲା ବର୍ତମାନ ବୈଜ୍ଞାନିକ ପଦ୍ଧତିରେ ଚାଷ କରାଯାଉଛି ସେ ବିଷୟରେ କହିଥିଲେ। ସମସ୍ତେ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ପ୍ରୋତ୍ସାହନ କୁ ଗ୍ରହଣ କରି ଲାଭବାନ ହେବାକୁ କହିଥିଲେ।ଲାଞ୍ଜିଗଡ଼ ବ୍ଲକ ଆତ୍ମାର ଅଧ୍ୟକ୍ଷ ବିରାଜ ପନ୍ଦରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ କ୍ରୁଷି ଅଧିକାରୀ ଚନ୍ଦ୍ରମୋହନ ଚାନ୍ଦଙ୍କ ସମେତ କ୍ରୁଷି ବିଭାଗର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.