କାଳ ବୈଶାଖୀ ତାଣ୍ଡବ, ଭାଙ୍ଗିଲା ଆଜବେଷ୍ଟ ଛାତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଝଡ ବର୍ଷା ସହ ପବନ ବୋହିଥିଲା | ଏହାର ପ୍ରଭାବରେ ବ୍ଲକ ର ବିଭିନ୍ନ ଅଞ୍ଚଳ ରେ ଗଛଲତା ଭାଙ୍ଗି ଥିବା ବେଳେ ବିଦ୍ୟୁତ ବିଭ୍ରାଟ ଓ ଅନେକ ଙ୍କ ଘର ଭାଙ୍ଗି ଥିବା ନଜର ଆସିଛି l ସେହିପରି କାଳବୈଶାଖୀ ପ୍ରଭାବ ରେ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ଗ୍ରାମର ଡମବୁଡ଼ା ଚଲାନଙ୍କ ଘରର ଗୋଟିଏ ପଟ ଆଜବେଷ୍ଟ ଛାତ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି |ଅତ୍ୟନ୍ତ ଗରିବ ପରିବାର ହେଇଥିବାରୁ ଖରା ବର୍ଷା ଦିନରେ କେଉଁଠି ଆଶ୍ରୟ ନେବେ ସେନେଇ ଚିନ୍ତା ରେ ଭାଙ୍ଗି ପଡିଛନ୍ତି |ତେବେ ପରିବାର ଲୋକେ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପ୍ରଶାସନ କୁ ନିବେଦନ କରିଛନ୍ତି |ଏନେଇ କୁସୁମଖୁଣ୍ଟି ରାଜସ୍ବ ନିରୀକ୍ଷକ ଅଗ୍ନି କୁମାର ନାଏକଙ୍କୁ ଯୋଗାଯୋଗ କରିବାରୁ ତାରପୋଲୀନ ଯୋଗେଇ ଦିଆଯିବ ଓ ଯାହା ସରକାରୀ ସହାୟତା ଅଛି ଯୋଗାଇ ଦିଆଯିବ ବୋଲି କହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.