କେନ୍ଦୁପତ୍ର ତୋଳିବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହେଲେ ଯୁବକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ କେନ୍ଦୁପତ୍ର ରେଞ୍ଜ ଅଧିନ ବଡପୋଡାଗୁଡା ପଞ୍ଚାୟତ ସର୍ଗିଗୁଡା ଗ୍ରାମର ଜଣେ ଯୁବକ କେନ୍ଦୁପତ୍ର ତୋଳିବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି। ଆହତ ଯୁବକ ହେଲେ ସର୍ଗିଗୁଡା ଗ୍ରାମର ବଲରାମ ମାଝୀ (୪୨)। ସୂଚନା ଅନୁସାରେ, ବଳରାମ କେନ୍ଦୁପତ୍ର ତୋଳିବା ପାଇ ରବିବାର ନିକଟସ୍ଥ ସାହାଜଖୋଳ ସଂରକ୍ଷିତ ଜଙ୍ଗଲ କୁ ଯାଇଥିଲେ। ଏହି ସମୟରେ ଏକ ଜଙ୍ଗଲି ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଭାଲୁ ଆକ୍ରମଣରେ ତାଙ୍କର ପିଠି ଓ ମୁଣ୍ଡରେ ଆଘାତ ହୋଇଛି। ଭାଲୁ କବଲରୁ ସାଥୀ କେନ୍ଦୁପତ୍ର ତୋଳାଳୀ ମାନେ ତାଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସୋମବାର ଘରକୁ ଫେରିଥିବା ସୂଚନା ମିଳିଛି। ଏ ନେଇ ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକଙ୍କ ପ୍ରତିକ୍ରିୟା ନେବାରୁ ଆମ କର୍ମଚାରୀଙ୍କୁ ଜଣେଇ ଦିଆଯାଇଛି। ରିପୋର୍ଟ ପରେ ସରକାରୀ ନିୟମ ଅନୁସାରେ ଯାହା ସହାୟତା ରହିଛି ଯୋଗାଇ ଦିଆଯିବ। ସେହିପରି କେନ୍ଦୁପତ୍ର ବିଭାଗ ଫରେଷ୍ଟରଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.