ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଦଙ୍ଗା ସୃଷ୍ଟି କରିଥିବା ଦଙ୍ଗାକାରୀ ମାନଙ୍କ ଗିରଫଦାବୀ ରେ ସୋମବାର କୋକସରା ବ୍ଲକ ହିନ୍ଦୁ ସଂଗଠନ ପକ୍ଷରୁ ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବ୍ଳକର ବିଭିନ୍ନ ସ୍ଥାନରୁ ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତା ମାନେ ଏକତ୍ରିତ ହୋଇ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ପରେ ବିଡ଼ିଓ ଉତ୍ତମ କୁମାର ବାଗଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହୋଇଥିବା ବର୍ବର ଆକ୍ରମଣ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ବିଶ୍ବହିନ୍ଦୁ ପରିଷଦର ବ୍ଳକ ସଭାପତି ସୁବାଷ ଚନ୍ଦ୍ର ଅଗ୍ରୱାଲ, ରାଜେଶ ପାତ୍ର, ଜନାର୍ଦ୍ଦନ ପଣ୍ଡା, ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ଗଣେଶ ନନ୍ଦ, ଦୁର୍ଗା ପ୍ରଧାନୀ, ଅର୍ଜୁନ ଭାଟି, ପ୍ରିୟବ୍ରତ ପଣ୍ଡା, ଉତ୍ତମ ପଣ୍ଡା, ସୁଶୀଲ ପାଢ଼ୀ, ପ୍ରମୋଦ ପଣ୍ଡା, ମନୋଜ ଶର୍ମା, କିଶନ ଶର୍ମା, ପର୍ଶୁରାମ ଦୁର୍ଗା, ଗୋପାଳ ଅଗ୍ରୱାଲ, ରିକ୍ଷୀରାମ ମେହେର, ଗୋପିଚନ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ।