ଓଡିଶା ପ୍ରତିଭା ସମ୍ମାନ ପାଇଲେ ଡ଼. ଶିବରାମ ନାୟକ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ପ୍ରତିକାର ନିଉଜ ନେଟୱର୍କ ପକ୍ଷରୁ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ‘ଓଡ଼ିଶା ପ୍ରତିଭା ସମ୍ମାନ-୨୦୨୩ରେ ସମ୍ମାନିତ ହୋଇଛନ୍ତି କଳାହାଣ୍ଡିର ଜଣେ ସୁପରିଚିତ ବ୍ୟକ୍ତିତ୍ବ ଡ଼. ଶିବରାମ ନାୟକ । ଭବାନୀପାଟଣାର ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ବିଭିନ୍ନ ସାମାଜିକ, ଉନ୍ନତି ମୂଳକ, ସଚେତନତା ତଥା ଶିକ୍ଷା ମୂଳକ କାର୍ଯ୍ୟକ୍ରମରେ ଅହରହ ସକ୍ରିୟ ଭୂମିକା ନିର୍ବାହ କରି ଦେଶର ଅନୁନ୍ନତ ଅଞ୍ଚଳରେ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ସୃଷ୍ଟି କରିବାରେ ଶ୍ରେଷ୍ଠ ଅବଦାନ ପାଇଁ ଡ଼. ନାୟକଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯାଇଛି । ଜୟଦେବ ଭବନ ଠାରେ ପ୍ରତିକାର ନିଉଜ ନେଟୱର୍କର ନିର୍ଦ୍ଦେଶକ ସୁବାଶିଷ ମିଶ୍ରଙ୍କ ତତ୍ୱାବଧାନ ଆୟୋଜିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପୂର୍ବତନ ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଅବସରପ୍ରାପ୍ତ ବିଚାରପତି ବସନ୍ତ କୁମାର ପଢୀହାରୀ, ବରିଷ୍ଠ ସାମ୍ବାଦିକ ଦୁଲାଲ ମିଶ୍ର, ସୁଜ୍ଞାନ ଚୌଧୁରୀ, ସକାଳ ଖବରକାଗଜର ପ୍ରକାଶକ ଅମିତ କୁମାର ମଲ୍ଲିକ ଓ ପଣ୍ଡିତ ପ୍ରବୋଧ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଡ଼. ନାୟକଙ୍କୁ ସମ୍ମାନିତ କରିଥିଲେ । ଏହି ସମ୍ମାନ ସମଗ୍ର କଳାହାଣ୍ଡିବାସିଙ୍କୁ ଉତ୍ସର୍ଗୀତ ବୋଲି ଡ଼. ନାୟକ ନିଜ ପ୍ରତିକ୍ରିୟା ରଖିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.