ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସଦର ମହକୁମାର ଇନ୍ଦିରା ନଗରସ୍ଥିତ ୪ର୍ଥ ବାଟାଲିୟନ କେନ୍ଦ୍ରୀୟ ରିଜର୍ଭ ପୋଲିସ ସୁରକ୍ଷା ବଳ (ସିଆରପିଏଫ) ହେଡ୍ କ୍ୱାଟର୍ସ ଠାରେ ମଙ୍ଗଳବାର ଦିନ ପୂର୍ବାହ୍ନ ୧୦ଟା ସମୟରେ ଏକେ ୪୭ରାଇଫଲରୁ ଫୁଟିଛି ଗୁଳି । ଆଉ ଏଥିରେ ମୃତାହତ ହୋଇଛନ୍ତି ୫୮ବର୍ଷିୟ ସେକେଣ୍ଡ ଇନ୍ କମାଣ୍ଡଡେଂଟ ସୁନୀଲ କୁମାର । ତେବେ କେଉଁ କାରଣରୁ ତାଙ୍କ ଦେହରେ ଗୁଳି ବାଜିଛି ତାହା ନେଇ ସିଆରପିଏଫ ତରଫରୁ କିମ୍ବା ଜିଲ୍ଳା ପୋଲିସ ପକ୍ଷରୁ କୈାଣସି ସୂଚନା ପ୍ରଦାନ କରାଯାଇ ନ ଥିବା ବେଳେ ଘଟଣାକୁ ନେଇ ଛାନ୍ଭିନ୍ ଆରମ୍ଭ କରିଛି ରାୟଗଡା ଥାନା ପୋଲିସ । ଘଟଣାସ୍ଥଳରେ ରାୟଗଡା ଜିଲ୍ଳା ଏସ.ପି.ବିବେକୋନନ୍ଦ ଶର୍ମା ଏବଂ ରାୟଗଡା ଥାନା ପୋଲିସ ପଂହଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ସୁନୀଲ କୁମାରଙ୍କ ଘର ବିହାରର ସୀତାମଣି ଗ୍ରାମରେ ବୋଲି ଜଣାପଡିଛି । ସେ ଗତ ୬ମାସ ତଳେ ଝାରଖଣ୍ଡରୁ ରାୟଗଡା ସିଆରପିଏଫ ହେଡ୍ କ୍ୱାଟର୍ସରେ ସେକେଣ୍ଡ ଇନ୍ କମାଣ୍ଡଡେଂଟ ଭାବେ ନିଯୁକ୍ତ ହୋଇଥିଲେ । ରାୟଗଡା ଠାରେ ୬ମାସ କାର୍ଯ୍ୟକାଳ ମଧ୍ୟରେ ସେ ୩ମାସ ଧରି ଦେଶର ବିଭିନ୍ନ ରାଜ୍ୟରେ ହୋଇଥିବା ନିର୍ବାଚନ ଡ୍ୟିୁଟିରେ ନିୟୋଜିତ ହୋଇଥିବା ବେଳେ ଗତ ୧୫ରୁ ୨୦ଦିନ ହେବ ରାୟଗଡା ହେଡ୍ କ୍ୱାଟର୍ସକୁ ଫେରି କାର୍ଯ୍ୟରେ ଯୋଗ ଦେଇଥିଲେ । ଆଜି ପୂର୍ବାହ୍ନରେ ସୁନୀଲ କୁମାର ନିଜ କାର୍ଯ୍ୟାଳୟରେ ଥିବା ସମୟରେ ଗୁଳି ଫୁଟିବା ଶଦ୍ଦ ହେବା ସହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିବା କିଛି ଅଧିକାରୀ ଦେଖିବାକୁ ପାଇଥିଲେ । ତାଙ୍କ ଦେହରେ ଗୁଳି ମାଡ ହୋଇଥିବା ବେଳେ ତାଙ୍କ ପାଖରେ ଏକେ ୪୭ ରାଇଫଲ ପଡିଥିବା ଦେଖିବାକୁ ପାଇଥିଲେ । ପରେ ଘଟଣା ସଂପର୍କରେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ତେବେ ମୃତ ସେକେଣ୍ଡ ଇନ୍ କମାଣ୍ଡଡେଂଟ ସୁନୀଲ କୁମାର ଜଣେ ମେଳାପି ଲୋକ ହୋଇଥିବା ବେଳେ କେଉଁ କାରଣରୁ ତାଙ୍କ ଦେହରେ ଗୁଳି ବାଜିଛି କିମ୍ବା ସେ ନିଜେ ଆତ୍ମହତ୍ୟା କରିଛନ୍ତି ତାହାର କାରଣ ଅସ୍ପଷ୍ଟ ହୋଇ ରହିଛି । ଘଟଣାକୁ ନେଇ ସିଆରପିଏଫ କର୍ତୁପକ୍ଷଙ୍କ ତରଫରୁ କୈାଣସି ପ୍ରତିକ୍ରିୟା ମିଳି ନ ଥିବା ବେଲେ ରାୟଗଡା ଥାନା ପୋଲିସ ମଧ୍ୟ ଏ ନେଇ ସଠିକ୍ ସୂଚନା ପ୍ରଦାନ କରୁନାହିଁ । ରାୟଗଡା ଥାନା ପୋଲିସ ମୃତ ସୁନୀଲ କୁମାରଙ୍କ ମର ଶରୀରକୁ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବେଚ୍ଛଦ ପାଇଁ ପଠାଇଥିବା ବେଳେ ଦେହର ଆଉ କୈାଣସି ସ୍ଥାନରେ ଆଉ ଗୁଳି ମାଡ ହୋଇଛି କି ନାହିଁ ବୋଲି ଡାକ୍ତରଙ୍କ ପରାମର୍ଶରେ ମୃତକଙ୍କ ଏକ୍ସ-ରେ କଡାଯାଇ ପରେ ବ୍ୟବେଚ୍ଛେଦ କରାଯାଇଥିବା ଜଣାପଡିଛି ।