ଫରେଷ୍ଟ କଲୋନୀକୁ ଯିବା ରାସ୍ତା ମଝିରୁ ୧୧ କେଭି ବିଦ୍ୟୁତ୍ ଖୁଣ୍ଟ ସ୍ଥାନାନ୍ତର ଦାବି 

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୋନପୁର ସହରର ପଟାଭାଡି କୋଶଳ ଉଚ୍ଚ ବିଦ୍ୟାଳୟ ପାଖରେ ଥିବା ମାରୁତି ନଗରର ନିର୍ମାଣଧୀନ ଅବସ୍ଥାରେ ଥିବା ହନୁମାନ ମୂର୍ତ୍ତି ପାଖରେ ଥିବା ଫରେଷ୍ଟ କଲୋନୀକୁ ଯିବା ରାସ୍ତା ମଝିରେ ୧୧ କେଭି ବିଦ୍ୟୁତ୍ ଖୁଣ୍ଟ ଅଛି । ଯାହାଫଳରେ କଲୋନୀକୁ ଚାରିଚକିଆ ଯାନ ଯଥା ସ୍କୁଲ ଭେନ, ଅଳିଆ ଆବର୍ଜନା ନେଉଥିବା ଗାଡି, ଆମ୍ବୁଲାନ୍ସ ଯିବା ଆସିବାରେ ବାଧା ସୃଷ୍ଟି ହେଉଛି । ଏ ସମ୍ପର୍କରେ ସ୍ଥାନୀୟ ବିଦ୍ୟୁତ୍ ଡିଭିଜନ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ଯ ଉକ୍ତ ଖୁଣ୍ଟକୁ ରାସ୍ତା ମଝିରୁ ସ୍ଥାନାନ୍ତର କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ବିପଦପୂର୍ଣ୍ଣ ଖୁଣ୍ଟକୁ ସ୍ଥାନାନ୍ତର କରାଯିବା ପାଇଁ କଲୋନୀବାସୀ ଦାବି କରୁଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.