ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର, ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ, ଉତ୍କଳ ମାତାର ବରପୁତ୍ର, ମହାନ୍ ଦେଶପ୍ରେମୀ ପାରାଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୨ତମ ଜନ୍ମ ଜୟନ୍ତି ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ରାୟଗଡା ଜିଲ୍ଳା ସଦର ମହକୁମା ସ୍ଥିତ ଗଜପତି ଛକ ଠାରେ ଥିବା ଗଜପତିଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ, ଧୁପ ଅର୍ପଣ ପୂର୍ବକ ଶ୍ରଦ୍ଧାଂଜଳି ଅର୍ପଣ କରାଯାଇଥିଲା । ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି କଳା ଓ ସାଂସ୍କୃତିକ ପରିଷଦ ରାୟଗଡା ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଦିବାସୀ କଲ୍ୟାଣ ତଥା ଆଇନ ବିଭାଗୀୟ ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ପୌରାଧ୍ୟକ୍ଷ ପି. ମହେଶ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ପରିଷଦର ସଭାପତି ଅମୂଲ୍ୟରତ୍ନ ସାହୁଙ୍କ ପୈାରାହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଠା ମାଧବ ପାଣିଗ୍ରାହୀ, ଉପସଭାପତି ମନୋଜ ରଥ, ସମ୍ପାଦକ ଦିଲୀପ ମିଶ୍ର, କୋଷାଧକ୍ଷ ତ୍ରିପତି ପଣ୍ଡା, ଶିକ୍ଷାବିତ୍ ଡ.ଦୁଷ୍ମନ୍ତ କୁମାର ମହାନ୍ତି, ଯୋଗେଶ୍ୱର ଦାସ, ଗୈାରାଙ୍ଗ ବେବର୍ତା, ସତ୍ୟବାଦୀ ପତି, ସୁନୀଲ ଚନ୍ଦ୍ର ପଣ୍ଡା, ବାଳକୃଷ୍ଣ ଚୈାଧୁରୀ, ସୁବ୍ରତ ଚୈାଧୁରୀ, ବି.ଭି.ରାମଣା, ପ୍ରମୋଦ ପରିଛା, ଉଦୟ ପଣ୍ଡାଙ୍କ ସମେତ ସହରର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ | ଶିକ୍ଷା, ସ୍ୱାସ୍ଥ୍ୟ, କୃଷକଙ୍କ ଉନ୍ନତି କ୍ଷେତ୍ରରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅତୁଳନୀୟ ଅବଦାନ ସହ ଓଡିଶା ଏକତ୍ରିକରଣ ଓ ଭାଷା ଆନ୍ଦୋଳନର ମୁଖ୍ୟ ଭୂମିକାକୁ ନେଇ ତାଙ୍କ ସଂପୂର୍ଣ୍ଣ ଜୀବନୀ ଉପରେ ଆଲୋଚନା କରାଯାଇଥିଲା । ଅପରପକ୍ଷେ ଜିଲ୍ଳା ପ୍ରଶାସନ ପକ୍ଷରୁ ମଧ୍ୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜନ୍ମ ଜୟନ୍ତି ଅବସରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଥିଲା । ଏଥିରେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।